କିଛି ନେବାକୁ ନୁହେଁ, ଦେବା ପାଇଁ ଧାଡ଼ି: କଲମ୍ବୋ ବିସ୍ଫୋରଣରେ ଆହତଙ୍କୁ ରକ୍ତ ଦରକାର ବୋଲି ଘୋଷଣା ହେବା ପରେ ବ୍ଲଡ୍‌ ବ୍ୟାଙ୍କରେ ଜମିଲା ଭିଡ଼

ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ୮ ଥର ସିରୟଲ୍‌ ବିସ୍ଫୋରଣ ଘଟି ୨୦୭ ଜଣଙ୍କ ଜୀବନ ଯିବା ସହ ପ୍ରାୟ ୪୫୦ ଜଣ ଆହତ ହେବା ଘଟଣା ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ବିସ୍ଫୋରଣରେ ଆହତ ହୋଇଥିବା ଅନେକଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବା ବେଳେ ସେମାନେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ରକ୍ତ ଦାନ କରିବା ପାଇଁ ଶ୍ରୀଲଙ୍କାର ଲୋକେ ବହୁ ସଂଖ୍ୟକ ଆଗେଇ ଆସିଥିବାର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏତେ ସଂଖ୍ୟକ ଅହତଙ୍କୁ ଏକକାଳୀନ ଚିକିତ୍ସା କରାଯାଉଥିବା ହେତୁ ରକ୍ତ ବ୍ୟାଙ୍କରେ ରକ୍ତ ଅଭାବ ପଡ଼ିଛି। ଶ୍ରୀଲଙ୍କା ନେସ୍‌ନାଲ୍‌ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌ ପକ୍ଷରୁ ଲୋକମାନଙ୍କୁ ରକ୍ତ ଦାନ କରିବା ସକାଶେ ଏକ ନୋଟିସ୍‌ ଜାରି କରାଯାଇଛି।

 

ତେବେ, ଖୁସିର କଥା ହେଉଛି ଶ୍ରୀଲଙ୍କାର ବହୁ ସଂଖ୍ୟକ ସାଧାରଣ ଲୋକେ ଆହତମାନଙ୍କୁ ରକ୍ତ ଦେବାକୁ ଆଗେ ଆସିଛନ୍ତି। ଏପରିକି ଦେଖିବାକୁ ମିଳିଛି ଯେ ଲୋକମାନେ ଆହତଙ୍କୁ ରକ୍ତ ଦାନ କରିବାକୁ ଧାଡ଼ିରେ ଛିଡ଼ା ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଉତ୍ତର କଲମ୍ବୋର କାଟୁଆପିଟିୟାର ସେଣ୍ଟ୍‌ ସେବାସ୍ତିଆନ୍‌ ଗୀର୍ଜାରେ ପ୍ରଥମେ ସକାଳ ୮.୩୦ ସମୟରେ ଏହି ବିସ୍ଫୋରଣ ହୋଇଥିଲା। ବାଟ୍ଟିକାଲୋଆର ଗୋଟାଏ ଗୀର୍ଜାରେ ବିସ୍ଫୋରଣ ଘଟିଥିଲା । ସହରର ୩ଟି ପଞ୍ଚତାରକା ହୋଟେଲ୍‌ରେ ମଧ୍ୟ ବିସ୍ଫୋରଣ ଘଟିଛି।
ଅନ୍‌ଲଙ୍କା ଡଟ୍‌ କମ୍‌ ରିପୋଟ୍‌ ଅନୁସାରେ, ଗୋଟିଏ ବିସ୍ଫୋରଣ କୋଚ୍ଚିକାଡ଼େର ସେଣ୍ଟ୍‌ ଆନ୍ଥୋନି ଗୀର୍ଜା ଏବଂ ଅନ୍ୟ ଗୋଟିଏ ବିସ୍ଫୋରଣ କାଟୁଆପିଟିୟାର ସେଣ୍ଟ୍‌ ସେବାସ୍ତିଆନ୍‌ ଗୀର୍ଜାରେ ହୋଇଥିଲା।

 

ସମ୍ବନ୍ଧିତ ଖବର