କଲମ୍ବୋ ବିସ୍ଫୋରଣ ଘଟଣା : ଭୁଲରେ ଅମେରିକୀୟ କାର୍ଯ୍ୟକର୍ତ୍ତାଙ୍କୁ ସନ୍ଦିଗ୍ଧ ବୋଲି କହି ଫଟୋ ଜାରି କଲା ଶ୍ରୀଲଙ୍କା ପୁଲିସ

କଲମ୍ବୋ : ଏପ୍ରିଲ ୨୧ରେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଏକାଧିକ ଲୋକ ପ୍ରାଣ ହରାଇଥିଲେ । ଗୋଟିଏ ଦିନରେ ୮ଥର ବିସ୍ଫୋରଣ ହେବା ପରେ ସାରା କଲମ୍ବୋ ସହର ଦୋହଲି ଯାଇଥିଲା । ପରେ ଆଉ ଏକ ବିସ୍ଫୋରଣ ହୋଇଥିବା ବେଳେ ସର୍ବମୋଟ ୩୬୦ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ତେବେ ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ପ୍ରତିରକ୍ଷାମନ୍ତ୍ରୀ ହେମସିରି ଫର୍ଣ୍ଣାଣ୍ଡୋ ଏବଂ ପୁଲିସ ଆଇଡି ପୁଜିଥ ଜୟସୁନ୍ଦର ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହା ସହ ଶ୍ରୀଲଙ୍କା ପୁଲିସ ୬ଜଣ ସନ୍ଦିଗ୍ଧଙ୍କ ନାଁ ଏବଂ ଫଟୋ ଜାରି କରିଥିଲା । କିନ୍ତୁ ଏହି ବିବରଣୀ ଦେବା ସମୟରେ ଶ୍ରୀଲଙ୍କା ପୁଲିସ ଦ୍ୱାରା ବଡ଼ ଭୁଲ ହୋଇ ଯାଇଥିବା ସାମ୍ନାକୁ ଆସିଛି ।

୬ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ଭୁଲରେ ଶ୍ରୀଲଙ୍କା ପୁଲିସ ଆମେରିକୀ କାର୍ଯ୍ୟକର୍ତ୍ତାଙ୍କ ଫଟୋ ଜାରି କରି ଦେଇଥିଲେ ବୋଲି ଜଣା ପଡ଼ିଛି । ତାଙ୍କ ନାଁ ଅମାରା ମାଜିଦ୍‌  ହୋଇଥିବା ବେଳେ ସେ ଆମେରିକାରେ ରହି କାମ କରୁଛନ୍ତି । ନିଜ ଫଟୋ ସହ ସନ୍ଦିଗ୍ଧଙ୍କ ସୂଚୀରେ ନିଜ ନାଁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଅମାରା । ପରେ ସେ ଏ ନେଇ ଟୁଇଟ୍‌ରକୁ ଯାଇ ସ୍ପଷ୍ଟୀକରଣ ଦେଇଥିଲେ । ବିସ୍ଫୋରଣରେ ତାଙ୍କ କୌଣସି ସଂପୃକ୍ତି ନଥିବା କହିବା ପରେ ଟୁଇଟ୍‌ରରେ ଶ୍ରୀଲଙ୍କା ପୁଲିସ ଏବଂ ସରକାରଙ୍କୁ ଲୋକେ କଡ଼ା ସମାଲୋଚନା କରୁଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର