ସବରିମାଳା ମନ୍ଦିରରେ ଲିଙ୍ଗଗତ ସମାନତା ଲାଗୁ ଉଚିତ୍‌ ନୁହେଁ: ଶ୍ରୀ ଶ୍ରୀ ରବିଶଙ୍କର

ଥିରୁବନନ୍ତପୁରମ୍‌ : ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଆଜି ସବରିମାଳା ମନ୍ଦିର ପ୍ରସଙ୍ଗରେ କହିଛନ୍ତି ଯେ ଭକ୍ତମାନଙ୍କ ପରମ୍ପରା ଏବଂ ଧାର୍ମିକ ଭାବନାକୁ ସମ୍ମାନ ଦେବା ଉଚିତ୍‌। ସବରିମାଳା ମନ୍ଦିର କ୍ଷେତ୍ରରେ ଲିଙ୍ଗଗତ ସମାନତା ଲାଗୁ ହେବା ଉଚିତ୍‌ ନୁହେଁ। ଧର୍ମ ଏବଂ ଧାର୍ମିକ ବିଶ୍ବାସ କ୍ଷେତ୍ରରେ କୌଣସି ପରିବର୍ତ୍ତନ କ୍ଷେତ୍ରରେ ଆଧ୍ୟା‌ତ୍ମିକ ଗୁରୁମାନଙ୍କ ସହ ବିଚାରବିମର୍ଶ କରିବା ଉଚିତ୍‌ ବୋଲି ରବିଶଙ୍କର କହିଛନ୍ତି। ଦେଶରେ ଅନେକ ସ୍ଥାନରେ ଭଗବାନ ଆୟପ୍ପା ପୂଜା ପାଉଛନ୍ତି ଏବଂ ଅନ୍ୟ କେଉଁଠି ବି ମହିଳାମାନଙ୍କୁ ବାରଣ କରାଯାଉନାହିଁ। କେବଳ କେରଳରେ ମହିଳାମାନଙ୍କ ପ୍ରବେଶ ଉପରେ ବାରଣ ରହିଛି। ଏହା ଏକ ପରମ୍ପରା ଏବଂ ଲୋକମାନଙ୍କ ଭାବନା ମଧ୍ୟ ଏଥିସହ ଜଡ଼ିତ । ତେଣୁ ଆମକୁ ଏହାକୁ ସମ୍ମାନ ଦେବାକୁ ପଡ଼ିବ ବୋଲି ରବିଶଙ୍କର କହିଛନ୍ତି।

ସମ୍ବନ୍ଧିତ ଖବର