ନୂଆଦିଲ୍ଲୀ: ବଲିଉଡ୍ର ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ମୁତ୍ୟୁର କାରଣ ‘ଦୁର୍ଘଟଣା ବଶତଃ ପାଣିରେ ବୁଡ଼ିଯିବା’ ନୁହେଁ; ବରଂ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ତଥା ଦିଲ୍ଲୀ ପୁଲିସ୍ର ପୂର୍ବତନ ଏସିପି ବେଦ ଭୂଷଣ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲାପରେ, ଶ୍ରୀଦେବୀଙ୍କ ମୁତ୍ୟୁକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଅବସର ଗ୍ରହଣ ପରେ ନିଜର ଏକ ଘରୋଇ ଗୁଇନ୍ଦା ବା ଅନୁସନ୍ଧାନକାରୀ ସଂସ୍ଥା ଆରମ୍ଭ କରିଥିବା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଦେବ ଭୂଷଣ, ଶ୍ରୀଦେବୀଙ୍କ ମୁତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ଦୁବାଇ ଯାଇ ଫେରିବା ପରେ ଶ୍ରୀଦେବୀଙ୍କ ମୁତ୍ୟୁକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଛନ୍ତି। ଶ୍ରୀଦେବୀଙ୍କ ମୁତ୍ୟୁ ରହସ୍ୟର ଉନ୍ମେଚନ ପାଇଁ ଶ୍ରୀ ଭୂଷଣ ଦୁବାଇର ସେଇ ହେଟେଲ ଜୁମେଇରା ଏମିଟେଟ୍ ଟାଓ୍ଵାରକୁ ଅନୁସନ୍ଧାନ ପାଇଁ ଯାଇଥିଲେ। ଏବଂ ସେଇ ରୁମ୍କୁ ଦେଖିବବାକୁ ଚାହିଁଥିଲେ ଯେଉଁ ରୁମ୍ରେ କି ଶ୍ରୀଦେବୀଙ୍କର ରହସ୍ୟଜନକ ପରିସ୍ଥିତିରେ ମୁତ୍ୟୁ ଘଟିଥିଲା। ହେଲେ, ହୋଟେଲ କର୍ତ୍ତୃପକ୍ଷ ତାଙ୍କୁ ଏଥିପାଇଁ ଅନୁମତି ଦେଇ ନଥିଲେ। ପରେ, ଏହାର କଡ଼ ରୁମ୍କୁ ଯାଇ ସେଇ ରୁମ୍ର ବାଥ୍ରୁମ୍ର ବାଥ୍ଟବ୍ରେ ପାଣି ପୂରାଇ ଶ୍ରୀ ଭୂଷଣ ଶ୍ରୀଦେବୀଙ୍କ ମୁତ୍ୟୁର ଡେମୋ କରିଥିଲେ। ଏବଂ ଅନ୍ୟ ପାରିପାର୍ଶ୍ୱିକ ଘଟଣାବଲୀ ଉପରେ ଅନୁସନ୍ଧାନ କରିଥିଲେ। ତେବେ, ସବୁ ସ୍ତରୁରୁ ନିଜର ଅନୁସନ୍ଧାନ ଶେଷ କଲାପରେ ଶ୍ରୀ ଭୂଷଣ କହିଛନ୍ତି ଯେ ଦୁବାଇ ପୁଲିସ୍ ଶ୍ରୀଦେବୀଙ୍କ ମୁତ୍ୟୁ ଦୁର୍ଘଟଣା ବଶତଃ ପାଣିରେ ବୁଡ଼ି ହୋଇଛି ବୋଲି ଯେଉଁ ରିପୋର୍ଟ ଦେଇଛି ତାହା ଆଦୌ ବିଶ୍ୱାସଯୋଗ୍ୟ ବା ଗ୍ରହଣ ଯୋଗ୍ୟ ନୁହେଁ।
କାରଣ ୫.୬ ଫୁଟ ଉଚ୍ଚତାର ଜଣେ ମହିଳା ୫.୧ ଫୁଟ ଲମ୍ବର ଏକ ବାଥ୍ ଟବ୍ ଭିତରେ କିପରି ପାଣିରେ ବୁଡ଼ି ମରିବେ। ପ୍ରଥମେ ଶ୍ରୀଦେବୀଙ୍କ ପରିବାର, ଦୁବାଇ ଡାକ୍ତରଖାନା ଓ ପୁଲିସ୍ ପକ୍ଷରୁ କୁହାଗଲା ଯେ ତାଙ୍କର ଭୀଷଣ ହୃଦାଘାତ ଯୋଗୁଁ ମତ୍ୟୁ ଘଟିଛି। କିନ୍ତୁ, ପରେ ବ୍ୟବଚ୍ଛେଦ ରିପୋର୍ଟରେ କୁହାଗଲା ସେ ମଦ୍ୟପାନ କରିଥିଲେ ଏବଂ ମଦ୍ୟପାନ କରିଥିବା ଅବସ୍ଥାରେ ବାଥ୍ଟବ୍ରେ ଗାଧୋଉଥିବା ବେଳେ ଦୁର୍ଘଟଣା ବଶତଃ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ଯଦି ଏକଥା ଜଣାପଡ଼ିଲା ତେବେ ତାଙ୍କର ନମୁନା କାହିଁକି ପରୀକ୍ଷା କରାଗଲା ନାହିଁ? ତାଙ୍କ ଶରୀରରେ ମଦର ମାତ୍ରା କେତେ ଥିଲା ତାହାର କାହିଁକି ପରୀକ୍ଷା କରାଗଲା ନାହିଁ? କାହିଁକି ସେଦିନର ହେଟେଲର ସିସିଟିଭି ଫୁଟେଜ୍ର ଯାଞ୍ଚ କରାଗଲା ନାହିଁ? ଶ୍ରୀଦେବୀ ଓ ବୋନି କାପୁରଙ୍କ କଲ୍ ରେକର୍ଡର କାହିଁକି ଯାଞ୍ଚ କଲା ନାହିଁ ଦୁବାଇ ପୁଲିସ୍? ଏସବୁର ଅନୁସନ୍ଧାନ ଅତ୍ୟନ୍ତ ଜରୁରି ହୋଇଥିବା ବେଳେ ଏସବୁକୁ କାହିଁକି ଦୁବାଇ ପୁଲିସ ଏଡ଼ାଇଗଲା ବୋଲି ପ୍ରଶ୍ନ କରିବା ସହ ଶ୍ରୀଦେବୀଙ୍କ ମୁତ୍ୟୁ ପଛରେ ଗଭୀର ରହସ୍ୟ ରହିଛି ଏବଂ ରହସ୍ୟର ଉନ୍ମୋଚନ ହେବାର ଆବଶ୍ୟକତା ମଧ୍ୟ ରହିଛି ବୋଲି କହିଛନ୍ତି ଦିଲ୍ଲୀ ପୁଲିସ୍ର ପୂର୍ବତନ ଏସିପି ବେଦ ଭୂଷଣ।