ଶ୍ରୀନଗରରେ ଗ୍ରେନେଡ ବିସ୍ଫୋରଣ, ୩ ପୁଲିସ ଆହତ

ଶ୍ରୀନଗର: ଶ୍ରୀନଗରର ଦୁଇଟି ସ୍ଥାନରେ ଆଜି ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଶ୍ରୀନଗର ଜିରୋ ବ୍ରିଜ୍‌ରେ ହୋଇଥିବା ଗ୍ରେନେଡ ବିସ୍ଫୋରଣରେ ୩ ଜଣ ପୁଲିସ କର୍ମୀ ଆହତ ହୋଇଛି। ଲାଲ ଚୌକ୍‌ରେ ମଧ୍ୟ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ କରିଥି‌ଲେ, ତେବେ ସେନା ଏହାକୁ ପଣ୍ଡ କରିଦେଇଛି। ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘାଟିରେ ଆତଙ୍କବାଦୀ ସକ୍ରିୟ ହୋଇଉଠିଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଅନୁପ୍ରବେଶକୁ ରୋକିବା ପାଇଁ ନିୟନ୍ତ୍ରଣ ରେଖା ଅଂଚଳରେ ସୈନ୍ୟ ମୁତୟନ ବଢ଼ିଛି।

ସମ୍ବନ୍ଧିତ ଖବର