ଶ୍ରୀନଗର: ଲେଓ୍ଵପୋରାରୁ ତିନି ଜୈଶ୍‌ ଆତଙ୍କବାଦୀଙ୍କୁ ଗିରଫ କଲେ ନିରାପତ୍ତା ବଳ

ଶ୍ରୀନଗର: ରବିବାର ଦିନ ଶ୍ରୀନଗର ଉପକଣ୍ଠରୁ ନିରାପତ୍ତା ବଳର ଯବାନମାନେ ଜୈଶ୍‌-ଏ-ମହମ୍ମଦ୍‌ର ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା କଥା ପୁଲିସ କହିଛି।

ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଲେ ରୟୀସ୍‌ ହୁରା, ସହିଦ ଭଟ ଏବଂ ଇଶ୍‌କ୍‌ ଲୋନ୍‌।

ପୁଲିସର ଜଣେ ମୁଖପାତ୍ର କହିଛନ୍ତି: ବିଶ୍ୱସ୍ତ ସୂତ୍ରରୁ ତଥ୍ୟ ପାଇବା ପରେ ଆଜି ଶ୍ରୀନଗର-ବାରମୂଳା ରାସ୍ତାରେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ୍‌ ସହ ଅନୁବନ୍ଧିତ ତିନିଜଣ କାର୍‌ ଆରୋହୀ ଆତଙ୍କବାଦୀଙ୍କୁ ଲେଓ୍ଵପୋରା ଠାରେ ପୁଲିସ ଓ ନିରାପତ୍ତା ବଳ ଗିରଫ କରିଛନ୍ତି।

ମୁଖପାତ୍ରଜଣକ ଆହୁରି କହିଛନ୍ତି ଯେ ତିନି ଆତଙ୍କବାଦୀଙ୍କ ଠାରୁ ପୁଲସ ଗୁଡ଼ାଏ ଅଫୁଟା ଗୁଳି ସହ ଆଗ୍ନେୟାସ୍ତ୍ର ଜବତ କରିଛି

ସମ୍ବନ୍ଧିତ ଖବର