ଏସ୍‌ସିଏସ୍‌ଟି ଆଇନ୍‌କୁ ଦୁର୍ବଳ ହେବାକୁ ଦିଆଯିବନି: ରାଜନାଥ

ନୂଆଦିଲ୍ଲୀ: ଗତକାଲି ଭାରତ ବନ୍ଦ ବେଳେ ହୋଇଥିବା ହିଂସା ପ୍ରସଙ୍ଗରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସଂସଦରେ ଉତ୍ତର ରଖିଛନ୍ତି। ଆଜି ପ୍ରବଳ ହଟ୍ଟଗୋଳ ମଧ୍ୟରେ ଭାରତ ବନ୍ଦ ସମୟରେ ହୋଇଥିବା ହିଂସା ପ୍ରସଙ୍ଗରେ ରାଜନାଥ କହିଛନ୍ତି, ଏନ୍‌ଡିଏ ସରକାର ଅନୁସୂଚିତ ଜାତି/ଜନଜାତି ନିର୍ଯାତନା ନିବାରଣ ଆଇନକୁ ଦୁର୍ବଳ ହେବାକୁ ଦେବେ ନାହିଁ । ସଂରକ୍ଷଣକୁ ନେଇ ଦେଶବ୍ୟାପୀ ଯେଉଁ ସବୁ ମିଥ୍ୟାଖବର ପ୍ରଚାରିତ କରାଯାଉଛି, ତାହା ଭିତ୍ତିହୀନ। ଅନୁସୂଚିତ ଜାତି/ଜନଜାତିଙ୍କର ସ୍ୱାର୍ଥକୁ ହାନି ପହଞ୍ଚାଇବା ଭଳି କୌଣସି କାର୍ଯ୍ୟ ଏନ୍‌ଡିଏ ସରକାର କରିବେ ନାହିଁ ବୋଲି ସେ କହିଥିଲେ। ଶାନ୍ତି ରକ୍ଷା ଦିଗରେ ସହଯୋଗ କରିବାକୁ ରାଜନାଥ ରାଜନୈତିକ ଦଳଗୁଡ଼ିକୁ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର