ଏହି କଲେଜରେ ପ୍ରବେଶ କରିବା ପୂର୍ବରୁ ଛାତ୍ରୀମାନଙ୍କ କୁର୍ତ୍ତିର ଲମ୍ବ ମପାଯାଉଛି, ଭିଡିଓ ଭାଇରାଲ!

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ରାଜଧାନୀ ହାଇଦ୍ରାବାଦର ଏକ କଲେଜରେ ଡ୍ରେସ୍ କୋଡକୁ ନେଇ ବିବାଦ ସୃଷ୍ଟି ହୋଇଥିବାର ଖବର ମିଳିଛି।ଏହି କଲେଜର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦର ସେଣ୍ଟ ଫ୍ରାନସିସ୍ କଲେଜରେ ଛାତ୍ରୀଙ୍କ ଡ୍ରେସ୍ କୋଡକୁ ନେଇ ଏକ ଅଜବ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିୟମ ଅନୁସାରେ, ଛାତ୍ରୀମାନଙ୍କୁ ଆଣ୍ଠୁ ତଳକୁ କୁର୍ତ୍ତି କିମ୍ବା ଲମ୍ବା ସାଲୱାର କମିଜ ପିନ୍ଧି ଆସିବାକୁ ପଡ଼ିବ। ତା’ନହେଲେ ଛାତ୍ରୀମାନଙ୍କୁ କଲେଜରେ ପ୍ରବେଶ କରିବାର ଅନୁମତି ମିଳିବ ନାହିଁ ।

ଖାଲି ସେତିକି ନୁହେଁ ଝିଅମାନଙ୍କର କୁର୍ତ୍ତିର ଲମ୍ବ ମାପ କରିବା ପାଇଁ ଜଣେ ମହିଳା ସିକ୍ୟୁରୁଟି ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଏହି ମହିଳା ଗାର୍ଡ ଜଣଙ୍କୁ ଛାତ୍ରୀମାନଙ୍କର ପରିଚୟ ପତ୍ର ଏବଂ କୁର୍ତ୍ତିର ଲମ୍ବ ମାପ କରୁଛନ୍ତି। ତାପରେ ସେ ମାପରେ ସନ୍ତୁଷ୍ଟ ହେଉଛନ୍ତି ତେବେ ଛାତ୍ରୀଙ୍କୁ କଲେଜରେ ପ୍ରବେଶଲାଗି ଅନୁମତି ମିଳୁଛି। ସେଣ୍ଟ ଫ୍ରାନ୍ସିସ୍ କଲେଜ ପ୍ରଶାସନ ଏହି ନୂତନ ଡ୍ରେସ୍ କୋଡ ନିୟମଗତ ଅଗଷ୍ଟ୧ ତାରିଖରୁ ଲାଗୁ କରିଛନ୍ତି।

image source-news18

ଯେଉଁମାନେ ଏହି ନିୟମକୁ ଅମାନ୍ୟ କରନ୍ତି ସେମାନଙ୍କୁ କ୍ଲାସକୁ ଯିବାକୁ ଅନୁମତି ମିଳୁନ ଥିବା କୁହାଯାଉଛି। ଛାତ୍ରୀମାନେ ଏଭଳି ଅଜବ ନିୟମକୁ ବିରୋଧ କରିଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମହିଳା ସିକ୍ୟୁରିଟି ଗାର୍ଡ ଜଣକ କୁର୍ତ୍ତିର ଲମ୍ବ ମାପ କରୁଛନ୍ତି ଏବଂ ନିର୍ଦ୍ଧାରିତ ଲମ୍ବ ଠାରୁ ଛୋଟ କୁର୍ତ୍ତି ପିନ୍ଧିଥିବା ଛାତ୍ରୀମାନଙ୍କୁ କ୍ଲାସ ଭିତରକୁ ଯିବାକୁ ଅନୁମତି ଦେଉ ନଥିବାର ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର