ଓଡ଼ିଶା ଅନୁସୂଚିତ ଜନଜାତି ତାଲିକା : ସୁପାରିସ କାର୍ଯ୍ୟକାରୀ କରିବାକୁ ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଓଡ଼ିଶାର କୋରାପୁଟ ଜିଲ୍ଲାର ପୁଟିୟା, ପୁଢ଼ିଆ, ଦୁଲିଆ, ଧୁଲିଆ, ପାଇକ ଧୁଲିଆ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଭୂୟିୟାର୍‌, ଭୂଇହାର, ଭୂଇନ୍‌ୟାର, ଭୁଇନ୍‌ହାର ଆଦିବାସୀ ଜାତିକୁ ନେଇ ପୂର୍ବରୁ ହୋଇଥିବା ସୁପାରିଶ କାର୍ଯ୍ୟକାରୀ କରିବାକୁ ଜାତୀୟ ମାନବାଧିକାର କମିସନ ଗୁରୁତ୍ୱାରୋପ କରିଛନ୍ତି। ଓଡ଼ିଶାର ଆଦିବାସୀ ଉପଦେଷ୍ଟା ପରିଷଦ ଦ୍ୱାରା ଏହି ଜାତିଗୁଡ଼ିକୁ ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା ପାଇଁ ସୁପାରିଶ କରାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ତତ୍ପରତା ପ୍ରକାଶ କରିବା ପାଇଁ ଜାତୀୟ ମାନବାଧିକାର ଆୟୋଗ ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ମାନବାଧିକାର ଆୟୋଗ ଏହାର ଏକ ରିପୋର୍ଟ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗକୁ ମଧ୍ୟ ପଠାଇଛନ୍ତି।

ସମ୍ବନ୍ଧିତ ଖବର