ଷ୍ଟାଲିନ୍‌ ଡିଏମ୍‌କେ ସଭାପତି

ଚେନ୍ନାଇ: ତାମିଲନାଡୁର ପ୍ରମୁଖ ରାଜନୈତିକ ଦଳ ଦ୍ରାବିଡ ମୁନ୍ନେତ୍ର କାଝଗାମ୍‌ (ଡିଏମ୍‌କେ)ର ନୂଆ ସଭାପତି ଭାବେ ଏମ୍‌ କେ ଷ୍ଟାଲିନ୍‌ଙ୍କୁ ଆଜି ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି। ପିତା ଏମ୍‌ କରୁଣାନିଧିଙ୍କ ପରେ ଷ୍ଟାଲିନ୍‌ ଡିଏମ୍‌କେର ଦ୍ୱିତୀୟ ସଭାପତି ହୋଇଛନ୍ତି। ଡିଏମ୍‌କେର ସୁପ୍ରିମୋ ଭାବେ ଦାୟିତ୍ୱ ନେବା ପରେ ଷ୍ଟାଲିନ୍‌ ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୋଦୀ ସରକାରଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ସେ ଦଳୀୟ ନେତାଙ୍କୁ ଆହ୍ଵାନ ଦେଇଛନ୍ତି। ତାମିଲନାଡୁର ଏଆଇଏଡିଏମ୍‌କେ ସରକାରଙ୍କୁ ମଧ୍ୟ ଗାଦିଚ୍ୟୁତ ନିମନ୍ତେ ସେ କହିଛନ୍ତି।

ସମ୍ବନ୍ଧିତ ଖବର