ମନ୍ତ୍ରୀ, ସାଂସଦ ଏବଂ ବିଧାୟଙ୍କୁ ଦେଖି ଛିଡ଼ା ହେବା ପାଇଁ ପରାମର୍ଶ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ସରକାରୀ କର୍ମଚାରୀମାନଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକ ଆସିଲେ ଠିଆ ହୋଇ ସମ୍ମାନ ଜଣାଇବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ସମାନ ସମ୍ମାନ ନିର୍ବାଚିତ ପ୍ରତିନିଧୀମାନଙ୍କୁ ବି ଦେବା ପାଇଁ କହିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟ ସଚିବ ରାଜୀବ କୁମାର ଏ ନେଇ ସରକାରୀ ଅଫିସ୍‌ଗୁଡ଼ିକୁ ପତ୍ର ମାଧ୍ୟମରେ ସୂଚୀତ କରାଇଛନ୍ତି।

ପୂର୍ବରୁ କେତେକ ବିଧାୟକ ଅଭିଯୋଗ କରିଥିଲେ ଯେ ସେମାନେ ଯେତେବେଳେ ସରକାରୀ କାର୍ଯ୍ୟାଳୟରେ ପାଦ ରଖିଥାନ୍ତି କର୍ମଚାରୀମାନେ ସେପରି କୌଣସି ବିଶେଷ ସମ୍ମାନ ଦେଇନଥାନ୍ତି। ତେଣୁ, ଏ ସଂପର୍କରେ ଚିନ୍ତା କରି ସଚିବ ରାଜୀବ କୁମାର ପତ୍ରରେ ଲେଖିଛନ୍ତି ଯେ ଏଣିକି ଏହି ନିୟମ ଭଙ୍ଗ କରିବା କର୍ମଚାରୀଙ୍କ ବିରୋଧରେ ଅନୁସାଶନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

ସମ୍ବନ୍ଧିତ ଖବର