ସାଂସଦ ଓ ବିଧାୟକଙ୍କୁ ଦେଖିବା ମାତ୍ରେ ସରକାରୀ କର୍ମଚାରୀମାନେ ବସିଥିବା ଆସନରୁ ଛିଡ଼ା ହୋଇ ଅଭିବାଦନ ଜଣାଇବା ପାଇଁ ହରିୟାଣା ସରକାର ଜାରିକଲେ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: କୌଣସି ସାଂସଦ ଓ ବିଧାୟକଙ୍କୁ ଦେଖିବା ମାତ୍ରେ ବସିଥିବା ଆସନରୁ ଛିଡ଼ା ହୋଇ ଅଭିବାଦନ ଜଣାଇବା ପାଇଁ ହରିୟାଣା ସରକାର ଜାରି କରିଥିବା ଏକ ନିର୍ଦ୍ଦେଶନାମାକୁ ନେଇ ଏବେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଖାଲି ଏତିକି ନୁହେଁ ହରିୟାଣା ସରକାର ଜାରି କରିଥିବା ନିର୍ଦ୍ଦେଶନାମାରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଯଦି ସେମାନେ କୌଣସି ସାଂସଦ କିମ୍ବା ବିଧାୟକଙ୍କ ନିକଟରୁ କୌଣସି ପ୍ରକାରର ପତ୍ର ପାଉଛନ୍ତି ତେବେ ତାହାର ଉତ୍ତର ଅବିଳମ୍ବେ ସେମାନଙ୍କୁ ପ୍ରଦାନ କରିବାକୁ ବାଧ୍ୟ।

ହରିୟାଣା ସରକାରଙ୍କର ମୁଖ୍ୟ ଶାସନ ସଚିବ ଦୀପେନ୍ଦ୍ର ସିଂହ ଦେଶାଇ ଗତ ମେ ୨୮ ତାରିଖରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏବଂ ଏହି ନିର୍ଦ୍ଦେଶନାମାରେ ଅନୁଶାସନ ସଚିବ (ରାଜନୈତିକ) ଦେବେନ୍ଦ୍ର କପିଲ ସ୍ୱାକ୍ଷର କରିଛନ୍ତି। ତେବେ, ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ସହ ସୋସିଆଲ ମିଡିଆରେ ଏହି ନିର୍ଦ୍ଦେଶନାମାର ତୀବ୍ର ସମାଲୋଚନା କରାଯାଇଛି। ଅନ୍ୟପକ୍ଷରେ ହରିୟାଣାର ସରକାରୀ କର୍ମଚାରୀମାନେ ମଧ୍ୟ ସରକାରଙ୍କର ଏତାଦୃଶ ନିର୍ଦ୍ଦେଶନାମାର ତୀବ୍ର ବିରୋଧ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର