କରୋନାଭାଇରସ୍ ଆକ୍ରାନ୍ତ ହୋଇ ‘ଷ୍ଟାର୍ ୱାର୍ସ’ର ଅଭିନେତା ଆଣ୍ଡ୍ରିଉ ଜ୍ୟାକ୍ ମୃତ

ଲସ୍ ଏଞ୍ଜେଲସ୍: କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହେବା କାରଣରୁ “ଷ୍ଟାର୍ ୱାର୍ସ’ର ଅଭିନେତା ଆଣ୍ଡ୍ରିଉ ଜ୍ୟାକ୍ ବ୍ରିଟେନରେ ପରଲୋକ ଗମନ କରିଥିବା କଥା ତାଙ୍କ ଏଜେଣ୍ଟ୍ ବୁଧବାର ପ୍ରକାଶ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।  ‘ଭାଷା’ ତାଲିମଦାତା ଭାବେ କାର୍ଯ୍ୟ କରୁଥିବା ଅଭିନେତା ଜ୍ୟାକ୍ ମଙ୍ଗଳବାର ଦିନ ସରେସ୍ଥିତ ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା କଥା ତାଙ୍କ ଏଜେଣ୍ଟ୍ ଜିଲ୍ ମ୍ୟାକ୍ କଲଗ୍ ଏକ ବିବୃତିରେ କହଛନ୍ତି ।

ମ୍ୟାକ୍ କଲଗ୍ କହିଛନ୍ତି: ଟେମସ୍ ନଦୀରେ ଥିବା ଅନ୍ୟତମ ସର୍ବପୁରାତନ ହାଉସବୋଟରେ ଆଣ୍ଡ୍ରିଉ ରହୁଥିଲେ । ସେ ଥିଲେ ଖୁବ୍ ମୁକ୍ତଚେତନାବାଦୀ କିନ୍ତୁ, ପତ୍ନୀଙ୍କୁ ସେ ଅତିଶୟ ସ୍ନେହ କରୁଥିଲେ । ସେ କଥିତ ଭାଷାର ତାଲିମ ମଧ୍ୟ ଦେଉଥିଲେ ।

Image Source: People.com

ଜ୍ୟାକ୍ ‘ଷ୍ଟାର୍ ୱାର୍ସ: ଏପିସୋଡ୍-ଏଇଟ୍- ଦି ଲାଷ୍ଟ୍ ଜେଡି’ରେ ସେ ଜେନେରାଲ୍ ଇମ୍ୟାଟ୍ ଭୂମିକା ନିର୍ବାହ କରିଥିଲେ । ଏହାଛଡ଼ା ‘ସୋଲୋ: ଏ ଷ୍ଟାର୍ ୱାର୍ସ ଷ୍ଟୋରି’ ଏବଂ “ଷ୍ଟାର୍ ୱାର୍ସ: ଏପିସୋଡ୍-ସେଭେନ୍- ଦି ୱାର୍କଫୋର୍ସ ଆୱେକେନ୍ସ’ରେ ମଧ୍ୟ ସେ ଅଭିନୟ କରିଥିଲେ ।

ସମ୍ପ୍ରତି ଅଷ୍ଟ୍ରେଲିଆରେ କ୍ୱାରେଣ୍ଟିନରେ ଥିବା ତାଙ୍କ ପତ୍ନୀ ଗାବ୍ରିଏଲ୍ ରୋଜର୍ସ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି: ଆଣ୍ଡ୍ରିଉ ଜ୍ୟାକ କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା କଥା ଦୁଇ ଦିନ ତଳେ ପରୀକ୍ଷାରୁ ଜଣାପଡ଼ିଥିଲା । ତାଙ୍କୁ କୌଣସି କଷ୍ଟ ହୋଇ ନ ଥିଲା । ସେ “ପରିବାର ମେଳରେ’ ଅଛନ୍ତି ବୋଲି ଜାଣି ସେ ଶାନ୍ତିରେ ମୃତ୍ୟୁ ବରଣ କରିଥିଲେ ।

ସମ୍ବନ୍ଧିତ ଖବର