ସାବତ ଝିଅକୁ ଦୁଷ୍କର୍ମ ପରେ ହତ୍ୟା:ଅଭିଯୁକ୍ତକୁ ଦୁଇଥର ମୃତ୍ୟୁଦଣ୍ଡ

ରତ୍‌ଲାମ୍‌: ସାବତ ଝିଅକୁ ଦୁଷ୍କର୍ମ ଓ ପରେ ହତ୍ୟା କରିଥିବା ପିତାକୁ ମଧ୍ୟ ପ୍ରଦେଶର ରତ୍‌ଲାମ୍‌ର ଏକ ଅଦାଲତ ଦୁଇଥର ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଚଳିତବର୍ଷ ଏପ୍ରିଲ୍‌ରେ ଏହି ଅପରାଧ ଘଟିଥିଲା ଏବଂ ଜାଓରା ଜିଲ୍ଲା ଅଦାଲତରେ ଏହି ଦଣ୍ଡାଦେଶ ଶୁଣାଣି ହୋଇଛି। ୪୨ ବର୍ଷୀୟ ଅପରାଧୀକୁ ବିଚାରପତି ଓ ପି ଭୋରା ଆଇପିସି ଧାରା ୩୭୬ (ଏ-ବି) ଏବଂ ୩୦୨ରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡିତ କରିଛନ୍ତି। ୧୨ ବର୍ଷ ବୟସ ପର୍ଯ୍ୟନ୍ତ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ସର୍ବାଧିକ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବାକୁ ମଧ୍ୟ ପ୍ରଦେଶ ବିଧାନସଭାରେ ବିଲ୍‌ ପାରିତ ହୋଇଛି। ଏହି ଆଧାରରେ ବିଚାରପତି ଦୋଷୀକୁ ଦୁଇଥର ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର