ଷ୍ଟିଙ୍ଗ ଅପରେସନ୍‌ରେ ଧରାପଡ଼ି ଗିରଫ ହେଲେ ତିନି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏକ ରାଷ୍ଟ୍ରୀୟ ଘରୋଇ ଚାନେଲର ଷ୍ଟିଙ୍ଗ୍‌ ଅପରେସନ୍‌ରେ ତିନିଜଣ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଧରାପଡ଼ିଛନ୍ତି। ଏମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଏହି ତିନି ଜଣ ହେଲେ ମହିଳା ମନ୍ତ୍ରୀ ଅର୍ଚ୍ଚନା ତ୍ରିପାଠୀଙ୍କ ବ୍ୟକ୍ତିଗତ ସଚିବ ରାମ ନରେଶ ତ୍ରିପାଠୀ,ମନ୍ତ୍ରୀ ସନ୍ଦୀପ ସିଂହଙ୍କ ବ୍ୟକ୍ତିଗତ ସଚିବ ସନ୍ତୋଷ ଅବସ୍ଥୀ,ମନ୍ତ୍ରୀ ଓମ ପ୍ରକାଶ ରାଜ ଭରଙ୍କ ବ୍ୟକ୍ତିଗତ ସଚିବ ଓମ୍‌ କଶ୍ୟପ। ଏମାନଙ୍କୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଥିବା ଜଣାଯାଇଛି।
ଏକ ଘରୋଇ ଚାନେଲରେ ଷ୍ଟିଙ୍ଗ ଅପରେସନ୍‌ ପ୍ରସାରିତ ହୋଇଥିଲା , ଯେଉଁଥିରେ ଦେଖିବାକୁ ମିଳିଥିଲା କି ବ୍ୟକ୍ତିଗତ ସଚିବମାନେ କାମଦେବା ପୂର୍ବରୁ କେତେ ଟଙ୍କା ତାଙ୍କୁ ମିଳିବ,ତାହାର ଡିଲ୍‌ କରୁଥିଲେ।

ଏହି ଷ୍ଟିଙ୍ଗ୍‌ ଅପରେସନ୍‌ ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ତିନି ବ୍ୟକ୍ତିଗତ ସଚିବଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତର ଆଦେଶ ଦେଇଛନ୍ତି। ଏହି ଷ୍ଟିଙ୍ଗ୍‌ ପ୍ରସାରିତ ହେବା ପରେ ମନ୍ତ୍ରୀ ଅର୍ଚ୍ଚନା ତ୍ରିପାଠୀ କହିଛନ୍ତି ଯେ,ତାଙ୍କ ପାଖରେ ଏ ସଂପର୍କୀତ କିଛି ଖବର ନାହିଁ। ଅପରପକ୍ଷରେ ଓମ୍‌ ପ୍ରକାଶ କହିଛନ୍ତି ବ୍ୟକ୍ତିଗତ ସଚିବମାନେ ସରକାରୀ ଅଧିକାରୀ,ଏଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦାୟିତ୍ୱ ମୁଖ୍ୟ ସଚିବଙ୍କର। ଏବେ ପୁଲିସ ଗିରଫ ବ୍ୟକ୍ତିମାନଙ୍କୁ ଅଧିକ ପଚରାଉଚୁରା କରୁଛି।

ସମ୍ବନ୍ଧିତ ଖବର