କାଶ୍ମୀରରେ ଯୁବକମାନେ ପଥର ମାରିବା କମାଇଦେଇଛନ୍ତି, ଏହାର କାରଣ ଜାଣନ୍ତୁ

ଶ୍ରୀନଗର : କାଶ୍ମୀରରେ ଏବେ ପଥରମାଡ ମାମଲା ଅନେକ କମିଯାଇଛି । ଗତ ବର୍ଷ ବା ଚଳିତ ବର୍ଷ ଆରମ୍ଭରୁ କାଶ୍ମୀର ଘାଟିରେ ହେଉଥିବା ପଥରମାଡ ଅନେକ କମିଯାଇଛି ବୋଲି କହିଛନ୍ତି ଚିଫ ଅଫ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ଲେପ୍ଟନାଣ୍ଟ ଜେନେରାଲ ସତୀଶ ଦୁଆ । ସେ କହିଛନ୍ତି ଯେ ଯଦି କାଶ୍ମୀରର ଯୁବକମାନେ ପଥଭ୍ରଷ୍ଟ ତେବେ କାହିଁକି ଅନେକ ସଂଖ୍ୟାରେ ସେନାରେ ଭର୍ତ୍ତି ହେବାକୁ ଆସୁଛନ୍ତି ? ଅଳ୍ପକିଛି ଯୁବକଙ୍କୁ ସୀମା ସେପଟୁ ଅର୍ଥ ପ୍ରଲୋଭନ ଦେଇ ପଥରମାଡ କରିବାକୁ ପ୍ରବର୍ତ୍ତା ଯାଉଛି ବୋଲି ସେ କହିଛନ୍ତି ।

ଏବେ ପାକିସ୍ତାନରେ ଆର୍ଥିକ ସଂକଟ ଦେଖାଦେଇଛି । ପାକିସ୍ତାନର ବୈଦେଶିକ ଋଣ ପରିମାଣ ଏବେ ପ୍ରାୟ ୯.୩ ବିଲିୟନ ଡଲାରରେ ପହଞ୍ଚିଛି ଯେବେକି ତାହାର ବୈଦେଶିକ ମୁଦ୍ରାଭଣ୍ଡାରରେ ଏହାଠାରୁ କମ ପ୍ରାୟ ୯ ବିଲିୟନ ଡଲାର ରହିଛି । ଯାହାକି ମାତ୍ର ୩ ମାସ ମଧ୍ୟରେ ଶେଷ ହୋଇଯିବ । ପୁଣି ପାକିସ୍ତାନକୁ ନିଜର ଏହି ୯.୩ ବିଲିୟନ ଡଲାର ଆସନ୍ତା ୩୧ ମାର୍ଚ୍ଚ ୨୦୧୯ ସୁଦ୍ଧା ପରିଶୋଧ କରିବାକୁ ହେବ । ଏ ପରିପ୍ରେକ୍ଷୀରେ ଏକରକମ ଦେବାଳିଆ ସ୍ଥିତିରେ ରହିଛି ପାକିସ୍ତାନ । ଏହି କାରଣରୁ କାଶ୍ମୀର ଆତଙ୍କବାଦୀମାନଙ୍କ ପାଖକୁ ଅଧିକ ଅର୍ଥ ପଠାଇପାରୁ ନାହିଁ ପାକିସ୍ତାନ । ଏପଟେ ଅର୍ଥ ନମିଳିବାରୁ କାଶ୍ମୀରରେ ଯୁବକମାନେ ପଥର ମାରିବା ବନ୍ଦ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର