ଜନ୍ମଦିନରେ ଚନ୍ଦ୍ରବାବୁଙ୍କ ଅନଶନ

ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ଦାବି

ବେଙ୍ଗାଲୁରୁ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଆଜି ତାଙ୍କ ଜନ୍ମଦିନରେ ଅନାହାର ଅନଶନ କରିଛନ୍ତି। ୬୭ ବର୍ଷ ବୟସରେ ପଦାର୍ପଣ କରିଥିବା ନାଇଡ଼ୁ ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ଦାବିରେ ବିଜୟଓ୍ଵାଡ଼ା ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍‌ରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅନସନରେ ବସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଅନଶନରେ ରାଜ୍ୟ ମନ୍ତ୍ରୀ କେ. ଭେଙ୍କଟ ରାଓ, ଡି ଉମା ମହେଶ୍ୱର ରାଓ, ନର ଲୋକେଶ, କୋଲ୍ଲ ରବିନ୍ଦ୍ର, ଦଳୀୟ ସାଂସଦ ଏବଂ ନେତାମାନେ ମଧ୍ୟ ସାମିଲ ଥିଲେ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଧାନସଭା ବାଚସ୍ପତି ଡକ୍ଟର କୋଡ଼େଲା ଶିବପ୍ରସାଦ ରାଓ ଆଜି ହସ୍ପିଟାଲ୍‌ରୁ ଆସି ନାଇଡ଼ୁଙ୍କ ସହ ଅନଶନରେ ସାମିଲ ହୋଇଥିଲେ। ନାଇଡ଼ୁ ଅନଶନରେ ବସିବା ପୂର୍ବରୁ ମହାତ୍ମା ଗାନ୍ଧୀ, ଭୀମରାଓ ଆମ୍ବେଦକର, ଜ୍ୟୋତିରାଓ ଫୁଲେ ଏବଂ ଏନ୍‌ଟି ରାମାରାଓଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଟିଡିପି ନେତାମାନେ କହିଛନ୍ତି ଯେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନରେ ଅନାହାର ଅନଶନରେ ବସିବା ଦେଶର ଇତିହାସରେ ପ୍ରଥମ।

ସମ୍ବନ୍ଧିତ ଖବର