ଇରାନ୍‌ରେ ସରକାର ବିରୋଧୀ ଆନ୍ଦୋଳନ, ୧୨ ମୃତ

ତେହରାନ୍‌: ଇରାନ୍‌ରେ ସରକାରଙ୍କ ଅର୍ଥନୀତି ଓ କରକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ତୀବ୍ରରୂପ ଧାରଣ କରିଛି। ଗତ ୪ ଦିନ ହେଲା ମସଦ୍‌ ସହରରେ ଚାଲିଥିବା ଏହି ଆନ୍ଦୋଳନ ଏକ ବ୍ୟାଧି ପରି ସାରା ଦେଶକୁ ବ୍ୟାପି ଚାଲିଛି। ଏହି ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୁଲିସ କାର୍ଯ୍ୟାନୁଷ୍ଠାନରେ ଅଦ୍ୟାବଧି ୧୦ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ସରକାରୀ କର୍ମଚାରୀ ମଧ୍ୟ ଆଖି ବୁଜିଥିବା ଜଣାପଡ଼ିଛି। ବ୍ୟାପକ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ପୁଲିସ ହେପାଜତ ଓ ସେନା ଶିବିରରେ ଜବରଦସ୍ତ ଆଣି ଅଟକ ରଖାଯାଉଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ସରକାର ଇଣ୍ଟରନେଟ ସେବାକୁ ଅଚଳ କରିଦେଇଥିବା ବେଳେ ବେଲଗାମ କରବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ କୌଣସି ଟିପ୍ପଣୀ ମିଳିପାରିନାହିଁ। ସେପଟେ ଆଜି ରାଷ୍ଟ୍ରପତି ହାସନ ରୁହାନିଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର