ଗୁଜରାଟ: ଗଧ ମାଲିକମାନଙ୍କ ଧର୍ମଘଟ ଯୋଗୁଁ ପାଓ୍ଵଗଧ ସହରରେ ମାଲ୍‌ ପରିବହନ ବନ୍ଦ

ବଡ଼ୋଦରା: ଜିଲ୍ଲା ପ୍ରଶାସନ ‘ପ୍ରିଭେନ୍‌ସନ୍‌ ଅଫ୍‌ କ୍ରୁଏଲ୍‌ଟି ଟୁ ଡ୍ରାଟ୍‌ ଆଣ୍ଡ୍‌ ପ୍ୟାକ୍‌ ଆନିମଲ୍‌ ରୁଲ୍‌ସ୍‌’କୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେବା ବିରୋଧରେ ଗଧ ମାଲିକମାନେ ଧର୍ମଘଟ କରିବା ଯୋଗୁଁ ପାଓ୍ଵଗଧ ପାହାଡ଼ରେ ମାଲ ପରିବହନ ଅଟକି ଯାଇଛି। ମଟରଗାଡ଼ି ଚାଲିବାର ଶେଷ ସୀମା ମାଚି ସେପାଖରେ ଥିବା ପାହାଡ଼ ଉପରେ ପରିବହନର ଏକ ମାତ୍ର ମାଧ୍ୟମ ହେଉଛି ଗଧ।

ଏହି ଆଇନ୍‌ ଅନୁସାରେ, ଗଧ ଉପରେ ୫୦ କିଲୋରୁ ଅଧିକ ଓଜନ ମାଲ୍‌ ପରିବହନ କରାଯାଇ ପାରିବ ନାହିଁ। ମାଲିକମାନଙ୍କର ଅଭିଯୋଗ, ଏବର ବଜାର ଭାଉ ଯାହା ସେଥିରେ ସେମାନେ ଗଧ ଓ ନିଜ ପରିବାର ପୋଷିବାକୁ ଯଥେଷ୍ଟ ଉପାର୍ଜନ କରି ପାରିବେ ନାହିଁ।
ସଞ୍ଜୟ ରାଣା ନାମକ ଜଣେ ଗଧ ମାଲିକ କହନ୍ତି: ଏବେ ଯେତେ ପାରିଶ୍ରମିକ ଦିଆ ଯାଉଛି ତାହା ଗଧ ପିଠିରେ ମାତ୍ର ୫୦ କିଲୋ ମାଲ୍‌ ନେବା ପାଇଁ ଯଥେଷ୍ଟ ନୁହେଁ। ଅନ୍ୟ ପକ୍ଷରେ ଡର, ଯଦି ୫୦ କିଲୋରୁ ଅଧିକ ମାଲ୍‌ ନେଉ ତେବେ ଆମ ବିରୋଧରେ ମାମଲା ରୁଜୁ ହେବାର ଡର ଅଛି।

ଗଧ ମାଲିକମାନେ ଦାବି କରୁଥିବା ପାରିଶ୍ରମିକ ନିର୍ଦ୍ଧାରଣ କରାଯାଇ ନାହିଁ। ଏହି ପାରିଶ୍ରମିକ ବ୍ୟକ୍ତି ବିଶେଷ ଏବଂ ତାଙ୍କ ମାଲ୍‌ ଉପରେ ନିର୍ଭର କରୁଛି। ଉଦାହରଣ ସ୍ୱରୂପ, ଗ୍ୟାସ୍‌ ସିଲିଣ୍ଡର୍‌ଟିଏ ବୋହି ନେବାକୁ ୩୦ ରୁ ୪୦ ଟଙ୍କା ପଡୁଛି।

ଗୋଟିଏ ସିଲିଣ୍ଡର୍‌ର ଓଜନ ୩୧ କିଲୋ। ଅର୍ଥାତ୍‌ ନୂଆ ନିୟମ ଲାଗୁ ହେଲେ, ଗୋଟିଏ ଗଧ ମାତ୍ର ଗୋଟିଏ ସିଲିଣ୍ଡର୍‌ ବୋହି ନେଇ ପାରିବ। ନଡ଼ିଆ କ୍ଷେତ୍ରରେ ମଧ୍ୟ ସେଇ କଥା। ଗୋଟିଏ ବସ୍ତାରେ ୬୫ ରୁ ୭୦ଟି ନଡ଼ିଆ ଥାଏ। ଗଧ ଏବେ ଏହି ବସ୍ତାରୁ ଗୋଟିଏ ମାତ୍ର ବୋହି ନେଇ ପାରିବ।

ଯଦି ଗଧ ପରିବହନ କାମ ନ କରନ୍ତି ତେବେ ଦୁଗ୍ଧ ଯୋଗାଣ, ରନ୍ଧନ ଗ୍ୟାସ୍‌, ସଉଦାପତ୍ର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଅସୁବିଧା ଉପୁଜିବ।

ପାଓ୍ଵଗଧ ସହରରେ ପାଖାପାଖି ୩୩୫ ଗଧ ଥିବାବେଳେ ପ୍ରାୟ ୨୫୦ ଦୋକାନ ରହିଛି।

ସମ୍ବନ୍ଧିତ ଖବର