ଚଳନ୍ତା ବସ୍‌ରେ ଯୁବକକୁ ଛୁରି ଭୁସି ହତ୍ୟା କଲେ ସ୍କୁଲ ଛାତ୍ର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ଜଣେ ଯୁବକଙ୍କୁ ଚଳନ୍ତା ବସ୍‌ରେ କିଛି ସ୍କୁଲ ଛାତ୍ର ଛୁରି ଭୁସି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଛୁରାମାଡ଼ ପରେ ଆହତ ଯୁବକଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି। ପୋଲିସ୍‌ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ କରୁଛି । ମୃତକଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ । ଖବର ଲେଖାହେବା ପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ଗିରଫ କରାଯାଇନାହିଁ ।ଗୁରୁବାର ରାତିରେ ହୋଇଥିବା ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ମୋବାଇଲ ଚୋରିସହ ଘଟଣାର ସଂପର୍କ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣା ସମୟରେ ଅଭିଯୁକ୍ତମାନେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ।

ସମ୍ବନ୍ଧିତ ଖବର