ଉତ୍ତରକାଶୀରେ ବରଫପାତ : ଜଣେ ଛାତ୍ରଙ୍କ ମୃତ୍ୟୁ, ୬ ଜଣଙ୍କୁ ଉଦ୍ଧାର

ଡେରା‌ଡୁନ୍‌ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଗତ କିଛିଦିନ ଧରି ପ୍ରବଳ ବରଫପାତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉତ୍ତରକାଶୀର ବାଦକୋଟ୍‌ ସହର ସ୍ଥିତ ଆଇଟିଆଇ ସେଣ୍ଟର ନିକଟରେ ବରଫ ଗଦାରେ ଫସିଯିବା ହେତୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ୫-୬ ଜଣ ଛାତ୍ର ବରଫଗଦାରେ ଫସିଥିଲେ ମଧ୍ୟ ସେମାନଙ୍କୁ ଏସ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ ନାମ ଅନୁଜ ସେମୱାଲ। ଗତ କିଛି ଦିନ ଧରି ଉତ୍ତରକାଶୀ, ଚାମୋଲି, ନୈନିତାଲରେ ପ୍ରବଳ ବରଫପାତ ହେଉଛି।

ସମ୍ବନ୍ଧିତ ଖବର