ଛାତ୍ର ସଂସଦ ନିର୍ବାଚନ: ବାମ ଛାତ୍ର ସାମ୍ମୁଖ୍ୟ କବ୍‌ଜାରେ ଜେଏନ୍‌ୟୁ

ନୂଆଦିଲ୍ଲୀ: ସାରା ଦେଶର ନଜର ଥିବା ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ର ସଂସଦର ନିର୍ବାଚନ ଫଳାଫଳ ଆଜି ଘୋଷଣା କରାଯାଇଛି। ମିଳିତ ବାମ ସାମ୍ମୁଖ୍ୟର ଆୟେସା ଘୋଷ (ଏସ୍‌ଏଫ୍‌ଆଇ ପ୍ରାର୍ଥୀ) ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମସ୍ତ ୪ଟି ପଦବି ବାମ ଛାତ୍ର ସଂଗଠନକୁ ମିଳିଛି। ଜେଏନ୍‌ୟୁରେ ୧୩ ବର୍ଷ ପରେ ଏସ୍‌ଏଫ୍‌ଆଇ ସଭାପତି ପଦ ନିଜ ଦଖଲରେ ରଖିବାକୁ ସମର୍ଥ ହୋଇଛି। ସେହିପରି ବାମ ସାମ୍ମୁଖ୍ୟର ସାକେତ ମୁନ୍‌ ଛାତ୍ର ସଂସଦର ଉପସଭାପତି ନିର୍ବାଚିତ ହୋଇଥିବାବେଳେ ସାଧାରଣ ସଂପାଦକ ଭାବେ ସତୀଶ ଚନ୍ଦ୍ର ଯାଦବ ଏବଂ ଯୁଗ୍ମ ସଂପାଦକ ଭାବେ ମହମ୍ମଦ ଡାନିସ ନିର୍ବାଚିତ ହୋଇଛନ୍ତି। ଜେଏନ୍‌ୟୁ ଛାତ୍ର ସଂସଦର ନିର୍ବାଚନ ଗତ ୬ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏଥିରେ ‌ମୋଟ ୫୭୨୮ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର