ଭାରୀ ସ୍କୁଲ ବ୍ୟାଗ୍‌ ପାଇଁ ସ୍କୁଲର ସିଢ଼ିରୁ ଖସି ତଳେ ପଡ଼ିଲେ ଛାତ୍ରୀ, କରାଗଲା ପଞ୍ଜରା ହାଡ଼ର ସର୍ଜରି

କୋଲକାତା : ପଞ୍ଚିମବଙ୍ଗର ଲିଲୁଆରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲର ପାଞ୍ଚ ମହଲା ଉପରକୁ ଚଢ଼ୁଥିବା ସମୟରେ ତଳକୁ ଖସି ପଡ଼ିଥିବା ଜଣା ପଡ଼ିଛି । କାନ୍ଧରେ ପକାଇଥିବା ସ୍କୁଲ ବ୍ୟାଗ୍‌ ଅଧିକ ଭାରୀ ଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଜଣାପଡ଼ିବା ପରେ ଘଟଣାଟି ସବୁ ମାତାପିତାଙ୍କ ପାଇଁ ଚେତାବନୀ ପାଲଟିଛି । ଦୁର୍ଘଟଣାର ଶିକାର ହେବା ପରେ ଛାତ୍ରୀଙ୍କ ପଞ୍ଜରା ହାଡ଼ରେ ଗଭୀର ଆଘାତ ଲାଗିଥିବାରୁ ଡ଼ାକ୍ତର ସର୍ଜରି କରାଇଥିଲେ । ସର୍ଜରି ପରେ ଏବେ ତାଙ୍କ ଅବସ୍ଥା ଗମ୍ଭୀର ରହିଛିି ।

sugarlyflex.pw

ସୂଚନା ମୁତାବକ, ଲିଲୁଆର ଅଗ୍ରସେନ ବାଳିକା ଶିକ୍ଷାସଦନରେ ୧୦ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ନିଜର ଓଜନିଆ ବ୍ୟାଗ୍‌ ଧରି ପଞ୍ଚମ ମହଲାକୁ ଉଠୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ତାଙ୍କ ପଞ୍ଜରା ହାଡ଼ରେ ଆଘାତ ଲାଗିବା ସହ ତୁରନ୍ତ ତାଙ୍କୁ କୋଲକାତାର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଛାତ୍ରୀଙ୍କ ଅବସ୍ଥା ଦେଖି ତୁରନ୍ତ ସର୍ଜରି କରାଇଥିଲେ ଡ଼ାକ୍ତର । ଯାହା ପରେ ମଧ୍ୟ ପୀଡ଼ିତାଙ୍କ ସ୍ବାସ୍ଥ୍ୟ ଗୁରୁତର ଥିବା ଜଣାପଡ଼ିଛି । ଏଭଳି ଘଟଣା ଘଟିବା ପରେ ପୀଡ଼ିତାଙ୍କ ସ୍କୁଲକୁ ଯାଇ ତାଙ୍କ ମାତା-ପିତା ସ୍କୁଲର କର୍ତ୍ତୃପକ୍ଷଙ୍କୁ ଏକ ଅନୁରୋଧ କରିଛନ୍ତି । ପିଲାମାନଙ୍କୁ ଭାରୀ ବ୍ୟାଗ୍‌ ଆଣିବା ପାଇଁ ଯେମିତି ବାଧ୍ୟ ନ କରାଯାଉ ସେ ନେଇ ପୀଡ଼ିତାଙ୍କ ପରିବାର ଅନୁରୋଧ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର