ବିବାଦୀୟ ଡ୍ରେସ କୋଡ଼କୁ ନେଇ ତାତିଲେ ଛାତ୍ରୀ

ହାଇଦ୍ରାବାଦ: ବିବାଦୀୟ ଡ୍ରେସ କୋଡ଼କୁ ନେଇ ହାଇଦ୍ରାବାଦ ସେଣ୍ଟ ଫ୍ରାନସିସ୍ କଲେଜରେ ଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି | ଛାତ୍ରୀମାନେ ଏଭଳି ନୂଆ ନିୟମକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି | ଏଭଳି ନିୟମ କେତେଦୂର ଯୁକ୍ତିଯୁକ୍ତ ବୋଲି ଛାତ୍ରୀମାନେ ପ୍ରଶ୍ନ କରିବା ସହ ତୁରନ୍ତ ଏଭଳି ନିୟମକୁ ପ୍ରତ୍ୟାହାର ନ କରାଗଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି |

ଏଠାରେ ସୂଚନା ଥାଉ କି ହାଇଦ୍ରାବାଦର ସେଣ୍ଟ ଫ୍ରାନସିସ୍ କଲେଜରେ ଛାତ୍ରୀଙ୍କ ଡ୍ରେସ୍ କୋଡକୁ ନେଇ ଏକ ଅଜବ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିୟମ ଅନୁସାରେ, ଛାତ୍ରୀମାନଙ୍କୁ ଆଣ୍ଠୁ ତଳକୁ କୁର୍ତ୍ତି କିମ୍ବା ଲମ୍ବା ସାଲୱାର କମିଜ ପିନ୍ଧି ଆସିବାକୁ ପଡ଼ିବ। ତା’ନହେଲେ ଛାତ୍ରୀମାନଙ୍କୁ କଲେଜରେ ପ୍ରବେଶ କରିବାର ଅନୁମତି ମିଳିବ ନାହିଁ ।ଖାଲି ସେତିକି ନୁହେଁ ଝିଅମାନଙ୍କର କୁର୍ତ୍ତିର ଲମ୍ବ ମାପ କରିବା ପାଇଁ ଜଣେ ମହିଳା ସିକ୍ୟୁରୁଟି ଗାର୍ଡଙ୍କୁ ନିୟୋଜିତ କରାଯାଇଛି।

ଏହି ମହିଳା ଗାର୍ଡ ଜଣଙ୍କୁ ଛାତ୍ରୀମାନଙ୍କର ପରିଚୟ ପତ୍ର ଏବଂ କୁର୍ତ୍ତିର ଲମ୍ବ ମାପ କରୁଛନ୍ତି। ତାପରେ ସେ ମାପରେ ସନ୍ତୁଷ୍ଟ ହେଉଛନ୍ତି ତେବେ ଛାତ୍ରୀଙ୍କୁ କଲେଜରେ ପ୍ରବେଶଲାଗି ଅନୁମତି ମିଳୁଛି। ଏହି ନୂତନ ଡ୍ରେସ୍ କୋଡ ନିୟମଗତ ଅଗଷ୍ଟ ୧ ତାରିଖରୁ ଲାଗୁ କରାଯାଇଥିବାବେଳେ ଯେଉଁମାନେ ଏହି ନିୟମକୁ ଅମାନ୍ୟ କରନ୍ତି ସେମାନଙ୍କୁ କ୍ଲାସକୁ ଯିବାକୁ ଅନୁମତି ମିଳୁନଥିବାର ଛାତ୍ରୀମାନେ ଅଭିଯୋଗ କରିଥିଲେ |

ସମ୍ବନ୍ଧିତ ଖବର