ମାଇଚିଆ କହି ଚିଡ଼େଇବାରୁ ଛାତ୍ରଙ୍କ ଆତ୍ମହତ୍ୟା

ଚେନ୍ନାଇ: ସ୍କୁଲରେ ସାଙ୍ଗମାନେ ମାଇଚିଆ କହି ଚିଡ଼ାଉଥିବାରୁ ତାମିଲନାଡୁ ନିରୁଞ୍ଜଲାକୁଡ଼ି ଗ୍ରାମର ଦଶମ ଶେଣୀ ଛାତ୍ର ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିବା ଘଟଣାନ ଚାଞ୍ଚଲ୍ୟ ଖେଳାଇଦେଇଛି। ମୃତ୍ୟୁ ପୂର୍ବରୁ ଛାତ୍ର ଜଣକ ଲେଖିଥିବା ଚିଠିରୁ ଘଟଣା ସମ୍ପର୍କରେ ଜଣାଯାଇଛି। ଶ୍ରେଣୀର ୪ ଜଣ ସହପାଠୀ କୁଆଡ଼େ ତାଙ୍କୁ ସବୁବେଳେ ମାଇଚିଆ ବୋଲି ଚିଡ଼ାଉଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାଦ୍ୱାରା ତାଙ୍କୁ ଖୁବ୍‌ ବାଧୁଥିଲା। ତାଙ୍କର ଚାଲିବା, ଚାହିଁବା ଠାରୁ ଆରମ୍ଭ କରି ଫତିଟି କାର୍ଯ୍ୟରେ ଅସ୍ୱାଭାବିକତା ଥିବା ଦର୍ଶାଇ ସାଙ୍ଗମାନେ ଏପରି ଚିଡ଼ାଉଥିଲେ। ଶେଷରେ ଏଭଳି ଅପମାନ ସହି ନପାରି ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି ବୋଲି ଚିଠିରେ ଲେଖି ଯାଇଛନ୍ତି। ପୁଲିସ୍‌ ଛାତ୍ରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସ୍ଥାନୀୟ ଚିନ୍ତାମଣି ଅଞ୍ଚଳର ଘରୋଇ ସ୍କୁଲର ଏହି ୪ ଜଣ ସହପାଠୀଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର