ଜାଣନ୍ତୁ କ’ଣ ପାଇଁ ଛାତ୍ର-ଛାତ୍ରୀଙ୍କ ମୁଣ୍ଡରେ କାଗଜ ପେଟି ପିନ୍ଧାଇ ଶ୍ରେଣୀଗୃହରେ ବସାଇଲା ଏହି କଲେଜ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏକ ଘରୋଇ କଲେଜ କରିଥିବା କାମ ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ସହ ଲୋକେ କଲେଜର କର୍ତ୍ତୃପକ୍ଷଙ୍କ ବୁଦ୍ଧିକୁ ପ୍ରଶଂସା କରିବାରେ ଲାଗିଛନ୍ତି । ଛାତ୍ର-ଛାତ୍ରୀଙ୍କୁ ପରୀକ୍ଷା ସମୟରେ ନକଲ କରିବାରୁ ରୋକିବା ପାଇଁ ସେମାନଙ୍କୁ କାଗଜ ତିଆରି ପେଟି ପିନ୍ଧାଇ ଦିଆଯିବ ଘଟଣା ଏବେ ଚାରିଆଡ଼େ କୌତୁହ ସୃଷ୍ଟି କରିଛି । ଏହା ସହ କିଛି ଲୋକ କଲେଜର ଏଭଳି କାମକୁ ବିରୋଧ କରୁଥିବା ଦେଖାଯାଇଛି ।

oneindia.com

ସୂଚନା ମୁତାବକ, ଘଟଣାଟି ଘଟିଛି ହାବେରିସ୍ଥିତ ଭଗତ ଡିଗ୍ରୀ କଲେଜରେ । ଛାତ୍ର-ଛାତ୍ରୀ ନକଲ ନ କରି ପାରନ୍ତୁ, ସେ ନେଇ କଲେଜରେ ଅଜବ ବାଟ ଆପଣା ଯାଇଥିଲା । ପରୀକ୍ଷା ଗୃହକୁ ଯିବା ପରେ ସମସ୍ତ ଛାତ୍ର-ଛାତ୍ରୀଙ୍କ ମୁଣ୍ଡରେ କାଗଜରେ ତିଆରି ହୋଇଥିବା ପେଟି ପିନ୍ଧାଇ ଦିଆଯାଇଥିଲା । ଏବଂ ଛାତ୍ର-ଛାତ୍ରୀ ପ୍ରଶ୍ନ ଦେଖି ପାରିବା ପାଇଁ ପେଟି ଆଗରେ ଆଖି ପାଖରେ ଦୁଇଟି କଣା କରି ଦିଆଯାଇଥିଲା । ଘଟଣାଟି ଅକ୍ଟୋବର ୧୬ରେ ଘଟିଥିବା ବେଳେ ଏବେ କଲେଜର ଏଭଳି କାମକୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ଫଟୋ ଭାଇରାଲ ହେବା ପରେ ଶିକ୍ଷା ବିଭାଗ କଲେଜକୁ ନୋଟିସ ଜାରି କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର