ସେନାର ଚିକିତ୍ସା କେନ୍ଦ୍ରରେ ନାଚିଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ : କରୋନା ଭାଇରସ୍‌ ବିପଦରୁ ବର୍ତ୍ତି ଦେଶକୁ ଫେରିଥିବା ଭାରତୀୟ ଛାତ୍ରମାନେ ଆଜି ସେମାନଙ୍କ ଖୁସି ଜାହିର କରି ହରିୟାଣା ଲୋକଗୀତରେ ଧୁମ୍‌ ନାଚିଛନ୍ତି। ଭାରତୀୟ ଛାତ୍ରମାନଙ୍କୁ ହରିୟାଣାର ମାନେସରରେ ସେନାର ସ୍ବତନ୍ତ୍ର ଚିକିତ୍ସା କେନ୍ଦ୍ରରେ ରଖାଯାଇଛି। ଆଜି ସେଠାରେ ସେମାନଙ୍କ ନାଚ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ୨ଟି ପର୍ଯ୍ୟାୟରେ ମୋଟ ୬୫୪ ଜଣକୁ ଭାରତ ଅଣାଯାଇଛି ଏବଂ ସେମାନଙ୍କ ମଧ୍ୟରେ ୭ ଜଣ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି। ଭାରତ ସରକାରଙ୍କ ଏହି ପ୍ରୟାସକୁ ମାଳଦ୍ବୀପ ଏବଂ ବାଂଲାଦେଶ ଭୂୟସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର