ମୌସୁମୀ ଅଧିବେଶନ: ଶେଷ ଦିବସରେ ରାଫେଲ ତାତି

୨୦୦୦ ପରେ ସର୍ବାଧିକ ଫଳପ୍ରଦ ଅଧିବେଶନ

ନୂଆଦିଲ୍ଲୀ: ଗତମାସ ୧୮ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ୨୦୦୦ ମସିହା ପରଠାରୁ ଆଜି ପର୍ଯର୍୍ୟନ୍ତ ଲୋକସଭା କ୍ଷେତ୍ରରେ ଏହା ସର୍ବାଧିକ ଫଳପ୍ରଦ ଅଧିବେଶନ ଭାବେ ବିବେଚିତ ହୋଇଛି। ଲୋକସଭାରେ ୫୦ ପ୍ରତିଶତ ସମୟ ଏବଂ ରାଜ୍ୟସଭା ୪୮ ପ୍ରତିଶତ ସମୟ ଆଇନ ପ୍ରସ୍ତୁତି କାର୍ଯ୍ୟରେ ବିନିଯୋଗ ହୋଇଥିବା ରିପୋର୍ଟ ମିଳିଛି। ଳୋକସଭା ତା’ର ନିର୍ଦ୍ଧାରିତ ସମୟ ମଧ୍ୟରେ ୧୧୦ ପ୍ରତିଶତ ଏବଂ ରାଜ୍ୟସଭା ୬୬ ପ୍ରତିଶତ କାର୍ଯ୍ୟ କରିଥିବା ଜଣାପଡ଼ିଛି। ଆଜି ଶେଷ ଦିବସରେ ଫ୍ରାନ୍‌୍‌ସଠାରୁ ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ସଂସଦର ଉଭୟ ଗୃହରେ କଂଗ୍ରେସ ଏବଂ ଅନ୍ୟ କେତେକ ବିରୋଧୀ ଦଳର ସାଂସଦ ଜୋର୍‌ଦାର ହଙ୍ଗାମା କରିଥିଳେ। ଏହି ଯୁଦ୍ଧ ବିମାନ ଚୁକ୍ତି ଏବେ ବିବାଦ ଘେରରେ ରହିଥିବାରୁ ମିଳିତ ସଂସଦୀୟ କମିଟି ଦ୍ୱାରା ଏହାର ଯାଞ୍ଚ କରାଯିବା ଦାବିରେ କଂଗ୍ରେସ ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ। କଂଗ୍ରେସ ସାଂସଦମାନେ ଏହି ମାମଲାରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଥିଲେ। ସଂସଦ ପରିସରରେ ମଧ୍ୟ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ରାଫେଲ ମାମଲାର ଯାଞ୍ଚ ପାଇଁ ମିଳିତ ସଂସଦୀୟ କମିଟି ତୁରନ୍ତ ଗଠନ କରାଯିବାକୁ କଂଗ୍ରେସ ଦାବି କରିଛି। କଂଗ୍ରେସ ସାଂସଦମାନେ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଆସନ ନିକଟକୁ ଆସି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ପ୍ରସଙ୍ଗରେ ଶୂନ୍ୟକାଳରେ କଂଗ୍ରେସ ସାଂସଦମାନେ କକ୍ଷତ୍ୟାଗ ମଧ୍ୟ କରିଥିଲେ। କଂଗ୍ରେସ ସାଂସଦମାନେ ରାଜ୍ୟସଭାରେ ମଧ୍ୟ ପ୍ରବଳ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟକୁ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ରାଫେଲ ଚୁକ୍ତି ପ୍ରସଙ୍ଗ ଉଠାଇ ସରକାର ବିରୋଧୀ ସ୍ଲୋଗାନ ଜାରି ରହିବାକୁ କୌଣସି କାର୍ଯ୍ୟ ହୋଇପାରି ନଥିଲା। ଉପାଧ୍ୟକ୍ଷ ହରିବଂଶ ସିଂହ ପ୍ରଥମ ପର୍ଯ୍ୟାୟରେ ଗୃହକାର୍ଯ୍ୟ ସଂଚାଳନ କରିଥିଲେ ଏବଂ ତାଙ୍କୁ ସଦସ୍ୟମାନେ ସ୍ୱାଗତ କରିଥିଲେ। ତେବେ ଗୃହରେ ଶୂନ୍ୟକାଳ ଚାଲିବାକୁ ଦେବା ନିମନ୍ତେ ଉପସଭାପତିଙ୍କ ଅନୁରୋଧର କୌଣସି ପ୍ରଭାବ ପଡ଼ିନଥିଲା ଏବଂ ହଟ୍ଟଗୋଳ ଜାରି ରହିଥିଲା। ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ କହିଥିଲେ, ରାଫେଲ ଚୁକ୍ତିରେ ବଡ଼ ଧରଣର ଦୁର୍ନୀତି ହୋଇଥିବାରୁ ଏହାର ଜେପିସି ଦ୍ୱାରା ଯାଞ୍ଚ ଜରୁରୀ। କଂଗ୍ରେସ ନେତା ଆନନ୍ଦ ଶର୍ମା ଏ ବାବଦ ଆଲୋଚନା ପାଇଁ ନିୟମ ୨୬୭ ଅଧୀନରେ ଏକ ନୋଟିସ ଦେଇଥିଲେ, କିନ୍ତୁ ଅଧ୍ୟକ୍ଷ ଏହି ନୋଟିସ୍‌୍‌କୁ ଗ୍ରହଣ କରିନଥିବା ଉପାଧ୍ୟକ୍ଷ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର