ଆଉ ଜଣେ ଭାରତୀୟଙ୍କୁ ବ୍ରିଟେନରେ ଗୁରୁ ଦାୟିତ୍ୱ, ସେଲା ବ୍ରାଭରମନ ହେଲେ ଆଟର୍ଣ୍ଣି ଜେନେରାଲ

ଲଣ୍ଡନ : ଋଷି ସୁନକ ଓ ପ୍ରୀତି ପଟେଲଙ୍କ ପରେ ବ୍ରିଟିସ କ୍ୟାବିନେଟରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ସ୍ଥାନ ପାଇଛନ୍ତି । ସେ ହେଉଛନ୍ତି ସେଲା ବ୍ରାଭରମନ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କୁ ବ୍ରିଟେନର ଆଟର୍ଣ୍ଣି ଜେନେରାଲ ନିଯୁକ୍ତ କରିଛନ୍ତି । ସୋମବାରଦିନ ତାଙ୍କୁ ଲଣ୍ଡନର ରୟାଲ କୋର୍ଟ ଅଫ ଜଷ୍ଟିସରେ ଶପଥ ପାଠ କରାଯାଇଛି । ୩୯ ବର୍ଷୀୟ ସେଲା ହେଉଛନ୍ତି ଜଣେ ବାରିଷ୍ଟର ଓ କେମ୍ରିଜ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ହାସଲ କରିଛନ୍ତି । ପବ୍ଲିକ ଲ ଓ ଜୁଡିସିଆଲ ରିଭ୍ୟୁ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ରହିଛି । ଏହି ଅବସରରେ ସେ କହିଛନ୍ତି ଯେ ବ୍ରିଟେନର ଆଟର୍ଣ୍ଣି ଜେନେରାଲ ନିଯୁକ୍ତ ହେବାରେ ସେ ହେଉଛନ୍ତି ୨ୟ ମହିଳା, ଏଥିପାଇଁ ସେ ଗର୍ବିତ । ବିଚାର ବିଭାଗ ଉପରେ ଲୋକଙ୍କ ଭରସା ବଢାଇବାରେ ସେ ଉଦ୍ୟମ କରିବେ ।

ଗତ ୧୩ ତାରିଖ ଦିନ ଆଉ ଜଣେ ଭାରତୀୟ ଋଷି ସୁନକଙ୍କୁ ଚ୍ୟାନସେଲର ଅଫ ଏକ୍ସଚେକର(ରାଜକୋଷ ମୁଖ୍ୟ)  ନିଯୁକ୍ତ କରିଥିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ପୂର୍ବରୁ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ପ୍ରିତି ପଟେଲ ବ୍ରିଟେନର ଗୃହ ସଚିବ ଅଛନ୍ତି ।

ସମ୍ବନ୍ଧିତ ଖବର