ହିନ୍ଦୁ-ଶିଖଙ୍କୁ ଟାଗେର୍ଟ କରି ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୦ ମୃତ

କାବୁଲ: ଆଫଗାନିସ୍ତାନର ଜଲାଲବାଦରେ ରବିବାର ଆତ୍ମଘାତୀ ବୋମା ବିସ୍ଫୋରଣ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଶିଖ ଓ ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ଟାର୍ଗେଟ କରି ଏହି ବେମା ବିସ୍ଫୋରଣ କରାଯାଇଛି। ନଙ୍ଗରହର ରାଜ୍ୟର ପୁଲିସ ମୁଖ୍ୟ ଜେନେରାଲ ଗୁଲାମ ସନାୟୀ ଷ୍ଟେନେକଜାଇ କହିଛନ୍ତି ରବିବାର ଆକ୍ରମଣ ଘଟଣାରେ ୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଘଟଣାର ଶିକାର ହୋଇଥିବା ଲୋକମାନେ ଗଭର୍ଣ୍ଣରଙ୍କ ନିକଟକୁ ଯାଉଥିଲେ। ଏହି ସମୟରେ ବିସ୍ଫୋରଣ ଘଟିଥିଲା।

ରାଷ୍ଟ୍ରପତି ଆସରଫ ଘାନି ରବିବାର ରାଜ୍ୟକୁ ଆସିଥିବାରୁ ଲୋକମାନେ ଦେଖାକରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଘଟଣା ପାଇଁ ନିଜକୁ କେହି ଦାୟୀ କରି ନାହାନ୍ତି। କିନ୍ତୁ ତାଲିବାନ ଓ ଇସଲାମିକ ଷ୍ଟେଟ ସହିତ ଜଡ଼ିତ ଆତଙ୍କବାଦୀମାନେ ଏହି ରାଜ୍ୟରେ ସକ୍ରିୟ ଅଛନ୍ତି। ଆଫଗାନିସ୍ତାନର ଜଲାଲବାଦରେ ବର୍ଷ ବର୍ଷ ଧରି ହିନ୍ଦୁ ଓ ଶିଖ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି। ଆଜିର ଦିନରେ ଏହି ସଂଖ୍ୟା ୧୦୦୦ରୁ ଅଧିକ ହେବ।

ସମ୍ବନ୍ଧିତ ଖବର