ସୁଟକେସ୍‌ରେ ମଡେଲ୍‌ଙ୍କ ମୃତଦେହ

ମୁମ୍ବାଇ: ମଡେଲ୍‌ ହେବାର ଆଶା ନେଇ ରାଜସ୍ଥାନରୁ ମୁମ୍ବାଇ ଅାସିଥିବା ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଛି। ତାଙ୍କ ମୃତଦେହ ଏକ ସୁଟ୍‌କେସରୁ ମିଳିଛି। ଉକ୍ତ ୨୦ ବର୍ଷୀୟା ମଡେଲଙ୍କ ନାମ ମାନସୀ ଦୀକ୍ଷିତ। ପୁଲିସ ସୂତ୍ରରୁ ଜଣାଯାଇଛି ଯେ ମୁଜାମ୍ମିଲ ସୟଦ ନାମକ ଜଣେ ବ୍ୟକ୍ତିଙ୍କ ସହ ମାନସୀଙ୍କର ଇ‌ଣ୍ଟର‌ନେଟ୍‌ରେ ବନ୍ଧୁତା ହୋଇଥିଲା। ତେବେ କୌଣସି ଏକ କାରଣ ପାଇଁ ସେମାନଙ୍କ ମଧ୍ୟରେ ଝଗଡ଼ା ହେବାରୁ ମୁଜାମ୍ମିଲ୍‌ ମାନସୀଙ୍କୁ ଏକ ଅସ୍ତ୍ରରେ ଖୁବ୍‌ ଜୋର ପିଟି ଦେଇଥିଲେ ଏବଂ ଏହାପରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ମାମଲାରେ ଅଭିଯୁକ୍ତ ସୟଦକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର