ଛତିଶଗଡରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ

ରାୟପୁର: ଛତିଶଗଡ ସୁକମା ଓ ବିଜାପୁର ସୀମାରେ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ ହୋଇଛନ୍ତି । ୨୦୧ କୋବ୍ରା ବାହିନୀ ସହ ମାଓବାଦୀଙ୍କ ଗୁଳି ବିନିମୟ ଜାରି ରହିଥିବା ବେଳେ ସୁରକ୍ଷାକର୍ମୀ ୪ ମାଓବାଦୀଙ୍କ ଶବକୁ ଜବତ କରିଛନ୍ତି । ଘଟଣାସ୍ଥଳରୁ ୩୦୩ ବନ୍ଧୁକ ଓ ଇନସାସ୍ ରାଇଫଲ୍ ମଧ୍ୟ ଜବତ କରାଯାଇଛି । ଏନଆଇ ରିପୋର୍ଟରୁ ଏହି ଏନକାଉଣ୍ଟରର ସୁଚନା ମିଳିଛି । ମଙ୍ଗଳବାର ସକାଳ ୬ ଟା ସମୟରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ଭିତରେ ଏହି ଗୁଳି ବିନିମୟ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର