ସୁମନ ରାଓ ‘ଫେମିନା ମିସ୍‌ ଇଣ୍ଡିଆ-୨୦୧୯’

ମୁମ୍ବାଇ : ରାଜସ୍ଥାନର ସୁମନ ରାଓ ଫେମିନା ମିସ୍‌ ଇଣ୍ଡିଆ-୨୦୧୯ ଟାଇଟଲ୍‌ ହାସଲ କରିଛନ୍ତି। ସୁମନ ଚଳିତ ବର୍ଷ ୭ ଡିସେମ୍ବରରେ ଥାଇଲ୍ୟାଣ୍ଡ୍‌ରେ ଅନୁଷ୍ଠିତ ହେବାକୁ ଥିବା ମିସ୍‌ ୱାର୍ଲ‌୍ଡ ୨୦୧୯ରେ ଭାରତର ପ୍ରତିନିଧିତ୍ବ କରିବେ । ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ଗ୍ରାଣ୍ଡ୍‌ ଫିନାଲେ ଗତ ରାତିରେ ମୁମ୍ବାଇର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ ଅନେକ ଖାତ୍ୟନାମା କଳାକାର ଓ ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ରାଜସ୍ଥାନର ସୁମନ ରାଓ ପ୍ରଥମ ସ୍ଥାନରେ ରହିଥିବା ବେଳେ ମହାରାଷ୍ଟ୍ରର ବୈଷ୍ଣବୀ ଅନ୍ଧାଲେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ମଧ୍ୟ ପ୍ରଦେଶର ଗରିମା ରହିଥିଲେ।

ସମ୍ବନ୍ଧିତ ଖବର