ଲୋକସଭାରେ ମୋଦୀଙ୍କୁ ରାହୁଲ ଆଲିଙ୍ଗନ କରିବା ପରେ ଏଭଳି ଥିଲା ସୁମିତ୍ରା ମହାଜନଙ୍କ ପ୍ରତିକ୍ରିୟା, ସାକ୍ଷାତକାରରେ ଖୁଲାସା କଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ  ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ସଂପର୍କ କେମିତି ତାହା ସମସ୍ତଙ୍କୁ ଜଣା । ଦୁହେଁ  ବିପକ୍ଷ ଦଳର ବରିଷ୍ଠ ନେତା ଥିବା ବେଳେ ଅନେକ ସମୟରେ ମୋଦୀଜୀଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ ବ୍ୟବହାର ଜନତାଙ୍କୁ ବୁଝା ପଡ଼ି ନ ଥାଏ । ବିପକ୍ଷ ଦଳର ହୋଇ ମଧ୍ୟରେ ରାହୁଲ ମୋଦୀଙ୍କୁ ବହୁତ ଭଲ ପାଆନ୍ତି ବୋଲି ଅନେକ ସମୟରେ କହି ଆସିଛନ୍ତି । ଏହା ସହ ଥରେ ଲୋକସଭାରେ ମଧ୍ୟ ସେ ହଠାତ୍‌ ଯାଇ ମୋଦୀଜୀଙ୍କୁ ଆଲିଙ୍ଗନ କରିଥିବା ଦେଖା ଯାଇଥିଲା । ତେବେ ଏତେ ସବୁ ଦଳୀୟ ଆଲୋଚନା ମଧ୍ୟରେ ରାହୁଲଙ୍କ ଆଲିଙ୍ଗନକୁ ନେଇ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Active India

ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେବା ସମୟରେ ସୁମିତ୍ରା ମହାଜନ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ । ଏ ସମୟରେ ତାଙ୍କୁ, ରାହୁଲ ଗାନ୍ଧୀ ମୋଦୀଙ୍କୁ ଆଲିଙ୍ଗନ କରିବା ସମୟରେ ଆପଣଙ୍କର ପ୍ରତିକ୍ରିୟା କ’ଣ ଥିଲା ବୋଲି ପଚରାଯାଇଥିଲା । ଏହାର ଉତ୍ତର ରଖି ସେ କହିଥିଲେ, ‘ପ୍ରଥମେ ମୁଁ ରାହୁଲଙ୍କ ଏଭଳି କାମକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ଯେତେବେଳେ ସେ ହଠାତ୍‌ ଉଠି ମୋଦୀଜୀ ବସିଥିବା ଆସନ ଆଡ଼କୁ ଯାଇଥିଲେ, ସେତେବେେଳେ ସେ କ’ଣ କରିବେ, ସେ ନେଇ ମୁଁ ଚିନ୍ତାରେ ପଡ଼ି ଯାଇଥିଲି । ପରେ ସେ ମୋଦୀଜୀଙ୍କୁ ଆଲିଙ୍ଗନ କରିବାଟା କେବଳ ମୋତେ ନୁହେଁ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପରେ ସେ ନିଜ ଆସନକୁ ଆସି ପୁଣି ଥରେ କହିବା ଆରମ୍ଭ କରିବା ସହ ଆଖି ମାରିଥିଲେ । ତାଙ୍କର ଏଭଳି କାମ ମୋ ମନରେ କ୍ରୋଧ ସୃଷ୍ଟି କରିଥିଲା । ଲୋକସଭା ମଧ୍ୟରେ ରାହୁଲଙ୍କ ଏଭଳି କାମ ମୋତେ ରଗେଇବା ସହ ଗୃହକୁ କିଭଳି ସମ୍ଭଳିବି ତାହା ମୋ ପାଇଁ ଚିନ୍ତାର ବିଷୟ ପାଲଟିଥିଲା ।’

ସମ୍ବନ୍ଧିତ ଖବର