ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା :ଆଗୁଆ ଜାମିନ ପାଇଁ ଶଶି ଥରୁର୍‌ଙ୍କ ଆବେଦନ

ନୂଆଦିଲ୍ଲୀ : କଂଗ୍ରେସ ନେତା ଶଶି ଥରୁର୍‌ ଆଜି ପତ୍ନୀ ସୁନନ୍ଦା ପୁଷ୍କର ହତ୍ୟା ମାମଲାରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଦିଲ୍ଲୀ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାରଙ୍କ ନିକଟରେ ଥରୁର୍‌ ଆବେଦନ କରିଛନ୍ତି। ତେବେ କୋର୍ଟ ଏହି ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଉକ୍ତ ମାମଲାରେ କୋର୍ଟ ପୁଲିସ୍‌ର ଜବାବ ମାଗିବା ସହ ଆସନ୍ତାକାଲି ଶୁଣାଣି ହେବ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ କୋର୍ଟ ଥରୁର୍‌ଙ୍କୁ ସୁନନ୍ଦା ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତ ଭାବେ ସମନ୍‌ କରିଥିଲେ। ଜୁଲାଇ ୭ରେ କୋର୍ଟରେ ହାଜର ହେବା ପାଇଁ ଅତିରିକ୍ତ ମୁଖ୍ୟ ମଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ସମର ବିଶାଲ୍‌ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର