ସୁୁନୀଲ ଦତ୍ତ କାହାକୁ ଦୋଷ ଦେଉନଥିଲେ

ମୁମ୍ବାଇ: ‘ସଂଜୁ’ ଚଳଚ୍ଚିତ୍ରରେ ସୁନୀଲ ଦତ୍ତଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଖ୍ୟାତନାମା ଅଭିନେତା ପରେଶ ରାଓ୍ଵଲ କହିଛନ୍ତି ଯେ ସୁନୀଲଙ୍କ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ବହୁତ ବଡ଼ ଚ୍ୟାଲେଂଜ ଥିଲା। ଅଭିନେତାରୁ ସାଂସଦ ବନିଥିବା ସୁନୀଲ ଦତ୍ତଙ୍କୁ ସେ ଦୁଇ ତିନି ଥର ସାକ୍ଷାତ କରିଥିଲେ। ଜୀବନରେ ସୁନୀଲ ଦତ୍ତ ଅନେକ ସଂଘର୍ଷ କରିଛନ୍ତି ଏବଂ ଅନେକ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିଛନ୍ତି। କିନ୍ତୁ ଏଥିପାଇଁ ସେ କାହାକୁ କେବେ ଦୋଷ ନେଇନାହାନ୍ତି ବୋଲି ପରେଶ କହିଛନ୍ତି। ସଂଜୟ ଦତ୍ତଙ୍କ ଭଳି ସୁନୀଲ ଦତ୍ତଙ୍କ କୌଣସି ନିର୍ଦ୍ଦିଷ୍ଟ ଅଭିନୟ ଶୈଳୀ ନଥିବାରୁ ତାଙ୍କୁ ଅନୁକରଣ କରିବା ବହୁତ କଷ୍ଟକର ଥିଲା ବୋଲି ପରେଶ କହିଛନ୍ତି।

ସମ୍ବନ୍ଧିତ ଖବର