ସୁଞ୍ଜୁଓ୍ଵାନ୍‌ ଆକ୍ରମଣ: ପାଞ୍ଚ ଯବାନ ସହିଦ

ନୂଆଦିଲ୍ଲୀ: ଗତକାଲି ଠାରୁ ଜମ୍ମୁସ୍ଥିତ ସୁଞ୍ଜୁଓ୍ଵାନ ଆର୍ମି କ୍ୟାମ୍ପ୍‌ର ଆବାସିକ କ୍ୱାର୍ଟର୍ସ ନିକଟରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ଚାଲିଥିବା ସାମରିକ ଅଭିଯାନରେ ୫ ଜଣ ଯବାନ ସହିଦ ହେବା ସହ ଜଣେ ସାଧାରଣ ନାଗରିକଙ୍କ ଜୀବନହାନି ଘଟିଛି।

ସେମାନେ ହେଉଛନ୍ତି: ସୁବେଦାର ମଦନ ଲାଲ ଚୌଧୁରୀ, ସୁବେଦାର ମହମ୍ମଦ ଅସରଫ୍‌ ମିର୍‌, ହାବିଲଦାର ହବିବ୍‌-ଉଲ୍ଲା କୁରେଶି, ମହମ୍ମଦ ଇକ୍‌ବାଲ ଏବଂ ସାଧାରଣ ନାଗରିକ ତାଙ୍କ ବାପା।

ଆଜି ସେନାମୁଖ୍ୟ ବିପିନ ରାଓ୍ଵତ ଜମ୍ମୁରେ ପହଞ୍ଚିବା ପରେ ବରିଷ୍ଠ କମାଣ୍ଡର୍‌ମାନଙ୍କୁ ସାକ୍ଷାତ କରି ପରିସ୍ଥିତି ବିଷୟରେ ପଚାରି ବୁଝି ଥିଲେ।
ଆଜି ସେନା କହିଛି ଯେ ରାତିରେ ଗୁଳି ଚଳା ଯାଇ ନ ଥିଲା। ପରିବାର କ୍ୱାର୍ଟର୍ସଗୁଡ଼ିକରୁ ଲୋକଙ୍କୁ ନିରାପଦରେ ବାହାରକୁ ଆଣିବା ଉପରେ ଧ୍ୟାନ ଦିଆଯାଇଥିଲା।

ଜମ୍ମୁରେ ହାଇ ଆଲର୍ଟ ଜାରି କରାଯିବା ସହ ସହର ମଧ୍ୟରେ ଏବଂ ବାହାରେ ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

ଆକ୍ରମଣକୁ ନିନ୍ଦା କରି ଜମ୍ମୁ ଓ କଶ୍ମୀରର ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ କହିଛନ୍ତି, ଭାରତ ସହ ମୁହାଁମୁହିଁ ଲଢ଼ିବାକୁ ପାକିସ୍ତାନର ସାହସ ନାହିଁ, ତେଣୁ ଖଳ ମାଧ୍ୟମରେ ସାଧାରଣ ନାଗରିକମାନଙ୍କୁ ଆକ୍ରମଣ କରୁଛି।

ସମ୍ବନ୍ଧିତ ଖବର