ସୁଞ୍ଜଓ୍ଵାନା ସହିଦଙ୍କ ସଂଖ୍ୟା ୭ ହେଲା

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୁଞ୍ଜଓ୍ଵାନ ସେନା ଶିବିରରେ ଉପରେ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ କରିଥିବା ଆକ୍ରମଣରେ ଆଉ ଜଣେ ଯବାନ ସହିଦ ହୋଇଛନ୍ତି। ପୂର୍ବରୁ ଜଣେ କନିଷ୍ଠ ସେନାଧିକାରୀ ଏବଂ ୫ ଜଣ ସୈନିକ ସହିଦ ହୋଇଥିବା ବେଳେ ଆଜି ସେନା ଶିବିରରେ ତଲାସ ଅଭିଯାନ ବେଳେ ଆଉ ଜଣେ ସୈନିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ୭ ହୋଇଛି।
ସୂଚନା ଥାଉ କି, ଗତ ୧୦ ତାରିଖ ଭୋର୍‌ ୫ଟା ବେଳେ ଜମ୍ମୁ-ପଠାନ୍‌କୋଟ ଜାତୀୟ ରାଜପଥ କଡ଼ରେ ଥିବା ସୁଞ୍ଜଓ୍ଵାନ୍‌ ସେନା ଶିବିର ମଧ୍ୟକୁ ସେନା ପୋଷକପିନ୍ଧା ୪ରୁ ୫ ଜଣ ଆତଙ୍କବାଦୀ ପଶିଥିଲେ। ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ(ଜେଇଏମ୍‌)ର ଏହି ଆତଙ୍କବାଦୀମାନେ ଭୀଷଣ ମାତ୍ରାରେ ଗୁଳାଗୋଳା ସାଙ୍ଗରେ ଧରି ଯବାନଙ୍କ ଉପରେ ଆକ୍ରମଣ କରି ଶିବିରର ପଛକୁ ଲାଗି ରହିଥିବା ସେନାର ଫ୍ୟାମିଲି କ୍ୱାର୍ଟର୍ସ ମଧ୍ୟକୁ ପଶିଯାଇଥିଲେ। ଦୀର୍ଘ ଦୁଇ ଦିନର ଗୁଳି ବିନିମୟ ପରେ ୩ଜଣ ଆତଙ୍କବାଦୀ ନିପାତ ହୋଇଥବା ବେଳେ ଆତଙ୍କୀଙ୍କ ଗୁଳିରେ ଆକ୍ରମଣରେ ମୋଟ ୭ଜଣ ଯବାନ ସହିଦ ହେବା ସହ ଜଣେ ଯବାନଙ୍କ ପିତା ମଧ୍ୟ ପ୍ରାଣ ହରାଇଛନ୍ତି। ଏଥି ସହିତ ୧୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର