ୟୁପି ଭୋଟର ତାଲିକାରେ ସନି ଲିଓନି!

ଲକ୍ଷ୍ନୌ: ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ନିମନ୍ତେ ଉତ୍ତର ପ୍ରଦେଶର ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି। ତେବେ ଏହି ଭୋଟର ତାଲିକାରେ ଅଭିନେତ୍ରୀ ସନି ଲିଓନି ଥିବା ଜଣାପଡ଼ିଛି। ସନି ଲିଓନି ଏହି ତାଲିକାରେ ଦୁର୍ଗାବତୀ ନାମରେ ରହିଥିବା ବେଳେ ବୟସ ୫୧ ବୋଲି ଦର୍ଶାଯାଇଛି। ତେବେ ଭୋଟର ଦୁର୍ଗାବତୀଙ୍କ ନାମରେ ସନି ଲିଓନିଙ୍କ ଫଟୋ ଲଗାଯାଇଛି। ତାଲିକାରେ ଆଉ କେତୋଟି ଆଶ୍ଚର୍ଯ୍ୟଜନକ ତ୍ରୁଟି ମଧ୍ୟ ଦେଖିବାକୁ ମିଳିଛି। ଭୋଟର କୁଅଁର ଅଙ୍କୁର ସିଂହ ନାମରେ ଏକ ହରିଣ ଫଟୋ ଲଗାଯାଇଥିବା ବେଳେ କୁଅଁର ଗୌରବ ସିଂହଙ୍କ ନାମରେ ଏକ ପାରା ଫଟୋ ଲଗାଯାଇଛି। ପୂର୍ବର ମୁଲାୟମ୍‌ ସିଂହ ଯାଦବ ସରକାରରେ ମନ୍ତ୍ରୀ ରହିଥିବା ନାରଦ ରାୟ ମଧ୍ୟ ଏହି ଭୁଲର ଶିକାର ହୋଇଛନ୍ତି। ତାଙ୍କ ଫଟୋ ବଦଳରେ ଏକ ହାତୀ ଫଟୋ ଲଗାଯାଇଛି। କିନ୍ତୁ ଏଥିପାଇଁ ଜିଲ୍ଲା ଅଧିକାରୀମାନେ ଜଣେ ଡାଟା ଅପରେଟର୍‌ଙ୍କୁ ଦୋଷ ଦେବା ସହିତ ତାଙ୍କୁ ବହିଷ୍କାର ଲାଗି ଦାବି କରିଛନ୍ତି। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ମୁକୁଲ କୁମାର ସିଂହଲ୍‌ କହିଛନ୍ତି, ଠିକାରେ କାମ କରୁଥିବା ବିଷ୍ଣୁ ବର୍ମା ନାମକ ଜଣେ ଡାଟା ଅପରେଟର୍‌ ନିଜ ବଦଳିକୁ ନେଇ ଅସନ୍ତୁଷ୍ଟ ଥିଲେ। ତେଣୁ ସେ ଏଭଳି କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର