ଆସନ୍ତା ୨୧ ରେ ଦେଖାଯିବ ସୁପର ବ୍ଲଡ ଓଲଫ ମୁନ, କଣ ଏହା ଯୋଗୁଁ ବିଶ୍ୱରେ ଭୂମିକମ୍ପ ଓ ସୁନାମୀ ବଢିବ ? କଣ କହୁଛନ୍ତି ବୈଜ୍ଞାନିକ, ଜାଣନ୍ତୁ

ଭୁବନେଶ୍ୱର : ଆସନ୍ତା ୨୦ ଓ ୨୧ରେ ଦୃଶ୍ୟମାନ ହେବ ସୁପରବ୍ଲଡ ଓଲଫ ମୁନ । ଜାନୁୟାରୀ ୨୧ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବାକୁ ଯାଉଥିବାବେଳେ ଏହାକୁ କୁହାଯାଉଛି ସୁପରବ୍ଲଡ ଓଲଫ ମୁନ ଏକଲିପ୍ସ । ଏପରି ହେଲେ ଚନ୍ଦ୍ରର ରଂଗ ଲାଲ ତମ୍ବାରଙ୍ଗର ଦେଖାଯିବ । ସୁପର ବ୍ଲଡ ଓଲଫ ମୁନ ଦେଖାହେଲେ ବିଶ୍ୱରେ ବନ୍ୟା, ବାତ୍ୟା,ସୁନାମୀ ଓ ଭୂମିକମ୍ପ ହୋଇ ଅନେକ ଲୋକ ମୃତ୍ୟୁବରଣ କରନ୍ତି ବୋଲି କେତେକ ଦେଶରେ ବିଶ୍ୱାସ କରାଯାଏ । କିନ୍ତୁ ଏହାର କୌଣସି ବୈଜ୍ଞାନିକ ଭିତ୍ତି ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

timesnownews.com

ତେବେ ଏହି ନାଁଟି କାହିଁକି ଦିଆଯାଇଛି ? ତିନୋଟି ନାଁ ମିଶି ଏହି ନାଁ ତିଆରି କରାଯାଇଛି । ପ୍ରଥମତଃ ଏହା ଏକ ସୁପର ମୁନ, ୨ୟରେ ଏକ ବ୍ଲଡ ମୁନ ଓ ୩ୟରେ ଏକ ଓଲଫ ମୁନ । ଓଲଫ ବା ଗଧିଆ ମୁନ ନାମକରଣ ଆମେରିକାରେ କରାଯାଇଛି । ଆମେରିକାର ମୂଳ ଅଧିବାସୀମାନଙ୍କ ଦ୍ୱାରା ଏହି ନାମକରଣ ହୋଇଛି । କାରଣ ଆମେରିକାର ଏହି ଅଧିବାସୀଙ୍କ ବିଶ୍ୱାସ ଅଛି ଯେ ଏହି ନିର୍ଦ୍ଧିଷ୍ଟ ପୂର୍ଣ୍ଣିମାରେ ଚନ୍ଦ୍ର ଉଦୟ ହେବାପରେ ଜଙ୍ଗଲରୁ ଗଧିଆମାନେ ଶିକାର ଅନେ୍ଵଷଣରେ ବାହାରନ୍ତି । ସେଥିପାଇଁ ଏହାକୁ ଓଲଫ ମୁନ ବା ଗଧିଆ ଚନ୍ଦ୍ର ବୋଲି କୁହାଯାଏ । ଏହି ସୁପର ବ୍ଲଡ ଓଲଫ ମୁନ ଆସନ୍ତା ଜାନୁୟାରୀ ୨୦-୨୧ରେ ଆମେରିକା ଓ ବିଶ୍ୱର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବ ।

ତେବେ ଭାରତରେ ସୁପର ବ୍ଲଡ ଓଲଫ ମୁନ ଦେଖାଗଲେ ମଧ୍ୟ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ନାହିଁ । ଏଥିପାଇଁ ଦେବନୀତି ଯଥାରୀତି ସ୍ୱାଭାବିକ ରହିବ ।

ସମ୍ବନ୍ଧିତ ଖବର