ବ୍ରହ୍ମୋସ୍‌କୁ ଚାଲେଞ୍ଜ୍‌ ଦେବ ସୁପର୍‌ସୋନିକ୍‌ ଏଚ୍‌ଡି-ଵାନ୍‌

ନୂଆଦିଲ୍ଲୀ: ଚୀନ୍‌ ଆଜି ତା’ର ସୁପର୍‌ସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ଏଚ୍‌ଡି-ଵାନ୍‌ ସଂକ୍ରାନ୍ତ ସବିଶେଷ ବିବରଣୀ ପ୍ରକାଶ କରିଛି। ଚୀନ୍‌ ସାମରିକ ବିଷେଶଜ୍ଞମାନେ କହିଛନ୍ତି ଯେ ଭାରତ ଓ ରୁଷ୍‌ ମିଳିତ ଭାବେ ବିକଶିତ କରିଥିବା ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ସହ ମୁକାବିଲା କରିବା ପାଇଁ ଏହାର ସାମର୍ଥ୍ୟ ରହିଛି। ଚୀନ୍‌ର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ମଧ୍ୟ ଏଭଳି ଦାବି କରି ରିପୋର୍ଟ ପ୍ରକାଶ କରିଛି। ଗତ ଅକ୍ଟୋବର ମାସରେ ସଫଳ ପରୀକ୍ଷଣ ହୋଇଥିବା ଏଚ୍‌ଡି-୧ ୨୯୦ କିଲୋମିଟର୍‌ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ୨, ୨୦୦ କିଲୋଗ୍ରାମ୍‌ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରକୁ ୫ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ଏହି କ୍ଷେପଣାସ୍ତ୍ର ଲଞ୍ଚ୍‌ କରିବାକୁ ପ୍ରସ୍ତୁତି କରିହେବ ଏବଂ ଦ୍ୱିତୀୟ କ୍ଷେପଣାସ୍ତ୍ର ଲଞ୍ଚ୍‌ କରିବାକୁ ୧୦ ସେକେଣ୍ଡ୍‌ରୁ କମ୍‌ ସମୟ ଲାଗିବ।

ସମ୍ବନ୍ଧିତ ଖବର