ବିହାରରେ ଟାକ୍ସ ଫ୍ରି ହେଲା ସୁପରଷ୍ଟାର୍ ରିତିକ ରୋଶନଙ୍କ ନୂଆ ସିନେମା ‘ସୁପର-୩୦’

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍ ରିତିକ ରୋଶନଙ୍କ ନୂଆ ସିନେମା ‘ସୁପର-୩୦’କୁ ବିହାର ସରକାର ଟାକ୍ସ ଫ୍ରି (କରମୁକ୍ତ) ଘୋଷଣା କରିଛନ୍ତି। ଏହାଫଳରେ ବିହାରରେ ଏହାର ଟିକେଟ୍ ଶସ୍ତା ହୋଇଯିବ ଏବଂ ଅଧିକ ଦର୍ଶକ ‘ସୁପର-୩୦’ ଦେଖିବେ ବୋଲି କୁହାଯାଉଛି।

ଏଠାରେ ସୂଚନାଯୋଗ୍ୟ ଯେ ‘ସୁପର-୩୦’ ପ୍ରଥମ ଚାରି ଦିନ ଭିତରେ ପ୍ରାୟ ୬୦ କୋଟି ଟଙ୍କାର ବ୍ୟବସାୟ କରିଛି। ପ୍ରଥମ ଦିନ ‘ସୁପର-୩୦’ ୧୨ କୋଟି ଟଙ୍କାର କଲେକସନ୍ କରିଥିବା ଜଣାଯାଇଥିଲା। ତେବେ ଦ୍ବିତୀୟ ଦିନ ଏହା ୧୮ କୋଟି .ଟଙ୍କାର କଲେକସନ୍ କରିଥିବା ବେଳେ ରବିବାର ଦିନ ୨୦.୭୪ କୋଟି ଏବଂ ସୋମବାର ଦିନ ୧୦ କୋଟି ଟଙ୍କା ଆୟ କରିଛି। ଖାଲି ସେତିକି ନୁହେଁ ଏହା ଓଭରସିଜ୍ ମାର୍କେଟରେ ବି ଭଲ ବ୍ୟବସାୟ କରୁଛି।

photo-amarujala

ଏହାର ବଜେଟ୍ ୮୫ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ସିନେମାର କାହାଣୀ ବିହାରର ଜଣେ ମହାନ୍ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ ରିତିକ୍ ରୋଶନଙ୍କ ବିପକ୍ଷରେ ନାୟିକା ମୃଣାଲ ଠାକୁରଙ୍କୁ ଦେଖିବାକୁ ମିଳିଛି। ଏହାଛଡ଼ା ବୀରେନ୍ଦ୍ର ସକସେନା ଏବଂ ପଙ୍କଜ ତ୍ରିପାଠୀଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ବିକାଶ ବହଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧିତ ଖବର