ସୁପରଫାଷ୍ଟ୍‍ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଭୋପାଳ : ବିଶାଖାପଟନମ୍‌- ନିଜାମୁଦ୍ଦିନ୍‌ ୨୨୪୧୬ ଏସି ସୁପରଫାଷ୍ଟ୍‍ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଆଜି ସକାଳେ ଏହି ଟ୍ରେନଟି ଦିଲ୍ଲୀରୁ ବିଶାଖାପଟନମ୍‌ ଅଭିମୁଖେ ଯାତ୍ରା ବେଳେ ମଧ୍ୟପ୍ରଦେଶର ଗ୍ଵାଲିୟର ନିକଟସ୍ଥ ବିର୍ଲାନଗର ରେଳ ଷ୍ଟେସନ ନିକଟରେ ସର୍ଟ ସର୍କିଟ ଯୋଗୁଁ ନିଅାଁ ଲାଗିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତତ୍‌କ୍ଷଣାତ୍‌ କାର୍ଯ୍ୟନୁଷ୍ଠାନ ନିଆଯିବାରୁ କୌଣସି ଯାତ୍ରୀ ଏହି ଘଟଣାରେ ମୃତାହତ ହୋଇ ନାହାନ୍ତି। କିନ୍ତୁ ନିଆଁ ଅନ୍ୟ ବଗି ଗୁଡ଼ିକୁ ବ୍ୟାପୀ ଯାଇଥିବାରୁ ୪ଟି ଏସି କୋଚ୍‌ ଜଳିଯାଇଥିବା ଜଣାପଡ଼ିଛି। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପୂର୍ବରୁ ଗାର୍ଡ ଟ୍ରେନ୍‌ ଅଟକାଇ ଦେବାରୁ ଏକ ବଡ଼ ଅଘଟଣରୁ ଯାତ୍ରୀମାନେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର