କୁଷ୍ଠରୋଗୀଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୁଷ୍ଠରୋଗୀମାନଙ୍କୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦେବା ନେଇ ଏକ ଭିନ୍ନ ନୀତି ନିୟମ ଆରମ୍ଭ କରିବାପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍‌ ଖାନ୍‌ଓ୍ଵିଲକର ଏବଂ ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଉଭୟ କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରି କୁଷ୍ଠରୋଗ ନିରାକରଣ ଏବଂ ସେମାନଙ୍କ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପୁଣି କହିଛନ୍ତି ଏକ ସଚେତନତା ଅଭିଯାନ ଆରମ୍ଭ ହେବା ଦରକାର ଯାହାଦ୍ୱାରା କୁଷ୍ଠ ରୋଗୀମାନେ ସାଧାରଣ ଜୀବନ ଜିଇଁପାରିବେ ଏବଂ ସେମାନେ ମଧ୍ୟ ବିବାହ କରିପାରିବେ।

ସମ୍ବନ୍ଧିତ ଖବର