ଦୋହରିବ ସୁପ୍ରିମ୍‌କୋର୍ଟ ଇତିହାସ, ୫ରେ ମହିଳା ଖଣ୍ଡପୀଠ କରିବେ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ଚଳିତ ସପ୍ତାହରେ ଏହାର ଇତିହାସକୁ ଦୋହରାଇବ। ପୂର୍ଣ୍ଣାଙ୍ଗ ମହିଳା ଖଣ୍ଡପୀଠ ଏକ ମାମଲାର ଶୁଣାଣି କରିବେ। ଏଥିରେ ବିଚାରପତି ଆର୍‌ ଭାନୁମତୀ ଓ ଇନ୍ଦିରା ବାନାର୍ଜୀ ପ୍ରମୁଖ ରହିବେ। ଆସନ୍ତା ୫ ତାରିଖରେ ଏହି ଖଣ୍ଡପୀଠ ଗଠନ କରାଯିବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୧୩ରେ ପ୍ରଥମ ଥର ପାଇଁ ଏକ ପୂର୍ଣ୍ଣାଙ୍ଗ ମହିଳା ଖଣ୍ଡପୀଠଙ୍କ ଦ୍ୱାରା ଏକ ମାମଲାର ଶୁଣାଣି ହୋଇଥିଲା। ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଜ୍ଞାନସୁଧା ମିଶ୍ର ଓ ରଞ୍ଜନା ପ୍ରକାଶ ଦେଶାଇ ପ୍ରମୁଖ ବିଚାରପତି ରହିଥିଲେ।

ସମ୍ବନ୍ଧିତ ଖବର