ସ୍ୱାମୀଙ୍କ ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କଲେ ଦାୟୀ ନୁହଁନ୍ତି ସ୍ୱାମୀ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବ୍ୟଭିଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିବା ବେଳେ ଏହି ପ୍ରସଙ୍ଗରେ ପୁଣି ଆସିଛି ଏକ ନୂଆ ରାୟ। ପରକୀୟା ପ୍ରୀତି ଅପରାଧନୁହେଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ତେବେ ସ୍ୱାମୀଙ୍କ ପରୀକିୟା ପ୍ରୀତି ପାଇଁ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କଲେ ଏହା ଅପରାଧ ବୋଲି ରାୟ ଶୁଣାଇଥିଲେ କୋର୍ଟ। ତେବେ ଏହି କ୍ଷେତ୍ରରେ ସ୍ତ୍ରୀ ଆତ୍ମହତ୍ୟା କଲେ ଏଥିପାଇଁ କେବଳ ସ୍ୱାମୀଙ୍କ ପରକୀୟାପ୍ରତିକୁ ଦାୟୀ କରାଯାଇ ପାରିବନାହିଁ ବୋଲି ମାଡ୍ରାସ ହାଇକୋର୍ଟରେ ଏକ ମାମଲାର ଶୁଣାଣୀ ବେଳେ ରାୟ ଦେଇଛନ୍ତି। ୨୦୦୩ ମସିହାରେ ଜଣେ ମହିଳାଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ସ୍ୱାମୀଙ୍କୁ ୧୦ ବର୍ଷ ସଜା ଶୁଣାଇଥିଲେ ନିମ୍ନ ଅଦାଲତ। ଏହି ମାମଲାରେ ଶୁଣାଣୀ କରି ଜଷ୍ଟିସ ଏସ୍‌.ବୈଦ୍ୟନାଥନ କହିଛନ୍ତି ଯେ, ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ସ୍ତ୍ରୀ ଆତ୍ମହତ୍ୟା କଲେ ଏଥିପାଇଁ କେବଳ ସ୍ୱାମୀଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ଅତ୍ୟାଚାର ନେଇ ସ୍ୱାମୀଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ନଥିଲେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା କୁହାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଥିବା ସ୍ୱାମୀଙ୍କୁ ଦୋଷ ମୁକ୍ତ କରିଛନ୍ତି କୋର୍ଟ।

ଏଠାରେ ଆମେ କହି ରଖୁଛୁ କି, ବିବାହ ବାହାରେ ଯଦି ବିବାହିତ ପୁରୁଷ ଓ ଅନ୍ୟ ଜଣେ ବିବାହିତ ମହିଳା ସହ ସଂପର୍କ ରଖନ୍ତି, ତେବେ ଏହା ଆଉ ଅପରାଧ ହେବନାହିଁ। ପରକୀୟା ପ୍ରୀତିକୁ ନିକଟରେ ଅପରାଧ ମୁକ୍ତ କରିଥିଲେ ସୁପ୍ରିମକୋର୍ଟ। ଆଇପିସିର ଧାରା ୪୦୭କୁ ଅବୈଧ ଘୋଷଣା କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟର ରାୟ ପରେ ବ୍ୟଭିଚାର ବିରୋଧୀ ଆଇନ ଭାବେ ପରିଚିତ ଧାରା ୪୯୭ର ସାମ୍ବିଧାନିକ ବୈଧତା ନେଇ ଯେଉଁ ଘମାଘୋଟ ବିତର୍କ ଚାଲିଥିଲା, ତା’ର ଅବସାନ ଘଟିଛି। ଅର୍ଥାତ ଜଣେ ବିବାହିତ ପୁରୁଷ ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଲେ ଏହା ଅପରାଧ ନୁହେଁ। ଯେଉଁ ଆଇପିସିର ଧାରା ୪୯୭ରେ ଏହାକୁ ଅପରାଧଭୁକ୍ତ କରାଯାଇଥିଲା, ତାହାକୁ ଅବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ। ବ୍ୟଭିଚାରକୁ ଅପରାଧ ମୁକ୍ତ କଲେ ଏହା ବୈବାହିକ ଅନୁଷ୍ଠାନକୁ ପ୍ରଭାବିତ କରିବ ବୋଲି ଯୁକ୍ତି ବାଢିଥିଲେ କେନ୍ଦ୍ର ସରକାର, ଯାହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋଟ। ସର୍ବୋଚ୍ଚ ନ୍ୟାୟାଳୟର ଐତିହାସିକ ରାୟ ପରେ ୧୫୮ ବର୍ଷ ତଳର ବ୍ରିଟିଶ ଆଇନ ରଦ୍ଦ ହୋଇଯାଇଛି।

 

 

 

ସମ୍ବନ୍ଧିତ ଖବର