ହାଇକୋର୍ଟ ସୁପାରିସକୁ ସୁପ୍ରିମକୋର୍ଟ କଲେଜିଅମ୍‌ର ଅଗ୍ରାହ୍ୟ

ନୂଆଦିଲ୍ଲୀ : ଆଇନଜୀବୀ କାଳୀପ୍ରସନ୍ନ ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ମାନ୍ୟବର ହାଇକୋର୍ଟ କରିଥିବା ସୁପାରିସକୁ ସୁପ୍ରିମକୋର୍ଟର କଲେଜିଅମ୍ ଅଗ୍ରାହ୍ୟ କରିଦେଇଛନ୍ତି। ଗତବର୍ଷ ମେ ୧୮ରେ କାଳୀଚରଣ ମିଶ୍ରଙ୍କ ସମେତ ୮ ଜଣ ବରିଷ୍ଠ ଆଇନଜୀବୀ ଏବଂ ୪ ଜଣ ବିଚାର ବିଭାଗ ଅଧିକାରୀଙ୍କ ୧୨ ଜଣିଆ ତାଲିକାକୁ ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିଅମକୁ ସୁପାରିସ କରିଥିଲେ। ଗତ ଅକ୍ଟୋବର ୩୧ ତାରିଖରେ ଜଣେ ବିଚାର ବିଭାଗୀୟ ଅଧିକାରୀ ଏବଂ ୩ ଜଣ ବରିଷ୍ଠ ଆଇନଜୀବୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ସେମାନଙ୍କ ମଧ୍ୟରୁ କେବଳ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍ ଡ. ଅକ୍ଷୟ କୁମାର ମିଶ୍ରଙ୍କୁ ହାଇକୋର୍ଟ ବିଚାରପତି ପାଇଁ ଚୟନ କରାଯାଇଥିବା ବେଳେ କାଳୀପ୍ରସନ୍ନଙ୍କ ସୁପାରିସକୁ କିଛି ଦିନ ପରେ ବିଚାରକୁ ନିଆଯିବ ବୋଲି ସୁପ୍ରିମକୋର୍ଟ ମତ ଦେଇଥିଲେ। ତେବେ ଗତ ୧୨ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏ କେ ସିକ୍ରି ଏବଂ ବିଚାରପତି ଏସ୍ ଏ ବବଡ଼େଙ୍କୁ ନେଇ ଗଠିତ କଲେଜିଅମ୍ କାଳୀପ୍ରସନ୍ନଙ୍କ ନାମକୁ ଅଗ୍ରାହ୍ୟ କରିଦେଇଥିବ‌ା ଜଣାପଡ଼ିଛି।

ସମ୍ବନ୍ଧିତ ଖବର