ପୁଲିସ୍‌-ଓକିଲ ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ମାମଲା ହସ୍ତାନ୍ତର ନିେର୍ଦଶ, କାର୍ଯ୍ୟରେ ଯୋଗଦେବାକୁ ବାର୍ ଆସୋସିଏସନକୁ ପରାମର୍ଶ, ଅଭିଜିତଙ୍କ ସୁରକ୍ଷା ମିଆଦ ୫ ଯାଏ ବଢିଲା

ନୂଆଦିଲ୍ଲୀ : ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାରଙ୍କ ମାମଲା ସଂକ୍ରାନ୍ତ ଆେବଦନ ଉପରେ ଶୁଣାଣି କରିବାକୁ ଯାଇ ଆଜି ସୁପ୍ରିମକୋର୍ଟ ପୁଲିସ-ଓକିଲ ବିବାଦ ମାମଲାରେ ହସ୍ତକ୍ଷେପ କରିଛନ୍ତି। ଓଡ଼ିଶା ହାଇେକାର୍ଟର ଆଇନଜୀବୀଙ୍କ ଦ୍ୱାରା ଜାରି ହୋଇଥିବା ଆନ୍ଦୋଳନକୁ କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରିବା ପାଇଁ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇଜି କ୍ରାଇମବ୍ରାଞ୍ଚ ଏସପିଙ୍କ ସହାୟତାେର ତଦନ୍ତ କରିେବ ବୋଲି କୋର୍ଟ କହିଛନ୍ତି। ସମସ୍ତ ତଦନ୍ତଭାର ଆଇଜି ପୁଲିସଙ୍କ ଅଧୀନରେ ରହିବ ଓ ସେ ସତ୍ୟତା ଓ ବସ୍ତୁନିଷ୍ଠ ଭାେବ ଘଟଣାର ତଦନ୍ତ କରିେବ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍ ଖାନ୍ ଵିଲକର ଓ ବିଚାରପତି ଡି ଵାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାେର ଗଠିତ ତିନିଜଣିଆ ଖଣ୍ଡପୀଠ ଆଶା ପ୍ରକାଶ କରିଛନ୍ତି।

କୋଣାର୍କ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ତଥା ଅପଶବ୍ଦ ବ୍ୟବହାର ଘଟଣାେର ଜାମିନରେ ଥିବା ଅଭିଜିତ ଆୟାର ମିତ୍ର ଆସନ୍ତାକାଲି ପୁରୀ ପୁଲିସ ନିକଟରେ ହାଜର େହବାର ଥିଲା। ଏହା ପୂର୍ବରୁ େସ ଓଡ଼ିଶା ହାଇେକାର୍ଟର ଦ୍ବାରସ୍ଥ େହବା ପାଇଁ ନିଷ୍ପତ୍ତି େନଇଥିେଲ। ମାତ୍ର ବାର୍ ଆସୋସିଏସନ ଆନ୍ଦୋଳନରେ ଥିବାରୁ ତାଙ୍କର ସ୍ବାଧୀନତା ବ୍ୟାହତ େହଉଛି। ଏଭଳି ଅଭିେଯାଗ ଆଣି େସ ସର୍ବୋଚ୍ଚ ନ୍ୟାୟାଳୟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ।

ଶୁଣାଣି ସମୟରେ ଖଣ୍ଡପୀଠ ଏ ସଂପର୍କରେ ରାଜ୍ୟ ସରକାରଙ୍କ ଓକିଲ ଶିବ ଶଙ୍କର ମିଶ୍ରଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ପୁଲିସ କର୍ମଚାରୀଙ୍କ ବିେରାଧରେ ଅପରାଧିକ ମାମଲା ବିଚାରାଧୀନ ଥିବା ବିେରାଧରେ ପୁଲିସ ଓ ବାର୍ ଆସୋସିଏସନ୍ ମଧ୍ୟରେ ବିବାଦ ଥିବା େନଇ େସ ଖଣ୍ଡପୀଠକୁ ଅବଗତ କରିଥିଲେ।ସୁପ୍ରିମକୋର୍ଟ ତାଙ୍କ ଆେଦଶରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ଓ ସମ୍ବନ୍ଧିତ ଅନ୍ୟ ଆସୋସିଏନକୁ ଆନ୍ଦୋଳନରୁ ନିବୃତ୍ତ ରହି କାର୍ଯ୍ୟରେ ଯୋଗଦେବା ପାଇଁ କହିଛନ୍ତି। ଏହାଦ୍ବାରା ଆବେଦନକାରୀଙ୍କ ସମେତ ବାଦୀ ମାନେ ହାଇେକାର୍ଟରେ େସମାନଙ୍କର ଆବେଦନ ଦାଖଲ କରିପାରିବେ ତଥା େସମାନଙ୍କର ନ୍ୟାୟିକ ଅଧିକାର ହାସଲ କରିବାରେ ପ୍ରତିବନ୍ଧକ ଆସିବନାହିଁ। ସୁପ୍ରିମକୋର୍ଟ ତାଙ୍କ ନିେର୍ଦଶରେ ଆହୁରି କହିଛନ୍ତି, ଏହି ଆେଦଶକୁ ତୁରନ୍ତ ହାଇେକାର୍ଟର େରଜିଷ୍ଟ୍ରାର େଜନେରାଲଙ୍କ ନିକଟକୁ ପଠାଯିବା ଦରକାର। ହାଇେକାର୍ଟ େରଜିଷ୍ଟ୍ରାର େଜନେରାଲ ହାଇେକାର୍ଟ ବାର୍‌ ଆସୋସିଏସନର ସଭାପତି, ଉପସଭାପତି, ସଂପାଦକ ତଥା କାର୍ଯ୍ୟକାରୀ କମିଟିର ସଦସ୍ୟଙ୍କୁ ପଠାଇେବ।

ଏହାବ୍ୟତୀତ ସର୍ବୋଚ୍ଚ ଅଦାଲତ ତାଙ୍କ ଆେଦଶରେ ଅଭିଜିତ ଆୟାରଙ୍କ ଜାମିନ ସଂପର୍କିତ ସାେକତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିେଷ୍ଟ୍ରଟଙ୍କ ଜାମିନ ମିଆଦ ଅେକ୍ଟାବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ଭିତରେ େସ ହାଇେକାର୍ଟର ଦ୍ବାରସ୍ଥ ହୋଇପାରିବେ। ତାଙ୍କୁ ସୁରକ୍ଷା ଆବଶ୍ୟକ ପଡିଲେ ପୁଲିସ ଆଇଜି ତାଙ୍କୁ ଏହା ପ୍ରଦାନ କରିବେ  ବୋଲି ସ୍ପଷ୍ଟ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ହାଇେକାର୍ଟ ପୁଲିସ-ଓକିଲ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ େବାଲି ନିେର୍ଦଶ େଦଇଥିେଲ। ଜଣେ ଡିଆଇଜିଙ୍କ ଦ୍ବାରା ଏହି ମାମଲାର ତତ୍ତ୍ବାବଧାନରେ କଥା କୁହାଯାଇଥିଲା।

ସମ୍ବନ୍ଧିତ ଖବର