ଓହରିଗଲେ ବିଚାରପତି: ଅଯୋଧ୍ୟା ମାମଲାର ଶୁଣାଣି ଜାନୁଆରି ୨୯କୁ ଘୁଞ୍ଚିିଲା

ନୂଆଦିଲ୍ଲୀ: ଆଜି ସୁପ୍ରିମ୍‌ କୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ବେଞ୍ଚ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ କରିବା ମାତ୍ରେ ଏହାକୁ ସ୍ଥଗିତ ରଖିଛନ୍ତି। ୫ ଜଣ ବିଚାରପତିଙ୍କ ମଧ୍ୟରୁ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ଏହି ମାମଲାର ବିଚାର ପ୍ରକ୍ରିୟାରୁ ଓହରି ଯାଇଛନ୍ତି । ତେଣୁ ଅଯୋଧା ମାମଲାର ବିଚାର ପାଇଁ ନୂଆ ବେଞ୍ଚ ଗଠନ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୨୯ ତାରିଖରେ ହେବ ବୋଲିି ସୁପ୍ରିମ୍‌ କୋର୍ଟ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ମାମଲାର ଶୁଣାଣି ପୂର୍ବରୁ ଆଡଭୋକେଟ୍‌ ରାଜେଶ ଧାବନ ଜଷ୍ଟିସ ଲଲିତ ଏହି ମାମଲାରେ ଉତ୍ତରପ୍ରଦେଶରର ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପାଇଁ ଓକିଲାତି କରିଥିବା ପ୍ରସଙ୍ଗ ଉଠାଇବାରୁ ଜଷ୍ଟିସ ଲଳିତ ମାମଲାର ଶୁଣାଣି କରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇ ଏହି ମାମଲାରୁ ନିଜକୁ ଦୂରେଇ ନେଇଥିଲେ।

ତେବେ ସୁପ୍ରିମ୍‌ କୋର୍ଟ କହିଥଲେ ଯେ ଆଜି ମାମଲାର ଶୁଣାଣି ହେବ ନାହିଁ। କେବଳ ମାମଲା ପରିଚାଳନା ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ସୁପିମକୋର୍ଟ କହିଥିଲେ।

ସମ୍ବନ୍ଧିତ ଖବର