ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗର ତଦନ୍ତ କରିବ ସୁପ୍ରିମ୍‌ କୋର୍ଟ ଜଜେସ୍‌ ପାନେଲ୍‌

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନାମରେ ଉଠିଥିବା ଅସଦାଚରଣ ଅଭିଯୋଗର ଅଭ୍ୟନ୍ତରୀଣ ତଦନ୍ତ ପାଇଁ ମଙ୍ଗଳବାର ଦିନ ସୁପ୍ରିମ୍‌ କୋର୍ଟର ସବୁଠୁ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବବ୍‌ଦେଙ୍କୁ ନିଯୁକ୍ତ କରାଯାଇଛି।

ବରିଷ୍ଠାତା ଦୃଷ୍ଟିରୁ ସୁପ୍ରିମ୍‌ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଥିବା ଜଷ୍ଟିସ୍‌ ବବ୍‌ଦେ ଏ କଥା ନିଶ୍ଚିତ କରିଛନ୍ତି।

ସେ କହିଲେ ଦୁଇ ନମ୍ବର ବିଚାରପତି ହୋଇଥିବାରୁ ଏ ସଂକ୍ରାନ୍ତରେ ତଦନ୍ତ କରିବାକୁ ଭାରତର ପ୍ରଧାନ ବିଚାରପତି ତାଙ୍କୁ ନିଯୁକ୍ତି ଦେଇଛନ୍ତି। ସୁପ୍ରିମ୍‌ କୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ପ୍ରଧାନ ବିଚାରପତି ଗୋଗୋଇଙ୍କ ନାଁରେ ଅସଦାଚରଣ ମାମଲା ଉଠାଇଥିଲେ।

ସୁପ୍ରିମ୍‌ କୋର୍ଟର ଅନ୍ୟ ଦୁଇଜଣ ବିଚାରପତି ଏନ୍‌ ଭି ରମଣ ଏବଂ ଇନ୍ଦିରା ବାନାର୍ଜୀଙ୍କୁ ସାମିଲ କରି ସେ ଏକ ପାନେଲ୍‌ ଗଠନ କରିବେ ବୋଲି ସ୍ଥିର କରିଥିବା କଥା ଜଷ୍ଟିସ୍‌ ବବ୍‌ଦେ କହିଛନ୍ତି।

ଶୁକ୍ରବାର ଦିନ ଏ ସଂକ୍ରାନ୍ତରେ ପ୍ରଥମ ଶୁଣାଣି କରାଯିବ।

ସମ୍ବନ୍ଧିତ ଖବର